ସାବଧାନ, ଆପଣଙ୍କ ଫେସବୁକ ଆକାଉଣ୍ଟ ଉପରେ ଅଛି ମୋଦୀଙ୍କର ନଜର !

ଫେସବୁକ, ଟ୍ୱିଟର, ଇନ୍ସଟାଗ୍ରାମ ବାବଦରେ ମଗାଯାଇଛି ତଥ୍ୟ

ନୂଆଦିଲ୍ଲୀ: ଦେଶର ବିଶ୍ୱବିଦ୍ୟାଳୟମାନଙ୍କରେ ପାଠ ପଢ଼ୁଥିବା ୩ କୋଟି ଛାତ୍ରଛାତ୍ରୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ କେନ୍ଦ୍ର ସରକାରଙ୍କର ନଜର ରହିଛି | କିଛି ଏଭଳି ଚର୍ଚ୍ଚା ଜାତୀୟ ଗଣମାଧ୍ୟମରେ ଏବେ ପ୍ରକାଶ ପାଇଛି | ସରକାର ଏହି ସବୁ ଛାତ୍ରଛାତ୍ରୀଙ୍କ ସୋସିଆଲ ମିଡ଼ିଆରୁ ସରକାରଙ୍କର ଓ ବିଶ୍ୱବିଦ୍ୟାଳୟର ଭଲ କାମ ବାବଦରେ ପ୍ରସାରଣ କରାଇବାକୁ ଚାଁହୁଛନ୍ତି | ଏକ ଇଂରାଜୀ ଖବରକାଗଜର ରିପୋର୍ଟ ଅନୁସାରେ ଏହି ପ୍ରସଙ୍ଗକୁ ନେଇ ଶିକ୍ଷାବିତମାନେ ଚିନ୍ତା ପ୍ରକଟ କରିଛନ୍ତି |

ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ କହିଛନ୍ତି ଯେ ତାଙ୍କର ଜଣେ ଛାତ୍ରକୁ ଅଧ୍ୟାପକ ପଦ ପାଇଁ ଚୟନ କରାଯାଇଥିଲା | ତେବେ ତାଙ୍କର ସାକ୍ଷାତକାର କରାଯିବା ପରେ ଛାତ୍ରଙ୍କୁ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦିଆଯାଇଥିଲା | ଏହି ଅଧ୍ୟାପକଙ୍କ କହିବା ମୁତାବକ ସେହି ଛାତ୍ର ଜଣକ ସୋସିଆଲ ମିଡିଆରେ ସରକାରୀ ବିରୋଧୀ ପୋଷ୍ଟ କରୁଥିଲା |

ରିପୋର୍ଟ ମୁତାବକ ସବୁ ଶିକ୍ଷାନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଫେସବୁକ, ଟ୍ୱିଟର ଓ ଇନ୍ସଟାଗ୍ରାମ ଆକାଉଣ୍ଟ ବାବଦରେ ତଥ୍ୟ ମାନବ ସଂସାଧନ ମନ୍ତ୍ରାଳୟ ସହ ସଂଯୋଗ କରିବେ | ପାଖାପାଖି ୯୦୦ ବିଶ୍ୱବିଦ୍ୟାଳୟ ଓ ୪୦ ହଜାର କଲେଜକୁ ଏହି ନୂଆ ଯୋଜନା ମଧ୍ୟରେ ସାମିଲ କରାଯିବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି |

ସମ୍ବନ୍ଧିତ ଖବର