ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା-ଜ୍ୟୋତିରାଦିତ୍ୟ ସାକ୍ଷାତ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଉତ୍ତରପ୍ରଦେଶରେ ଆସନ ବୁଝାମଣାକୁ ନେଇ ଏନ୍‌ଡିଏ ସହଯୋଗୀ ଅପ୍‌ନା ଦଳ କଂଗ୍ରେସ ସହ ମେଣ୍ଟ କରିବା ଖବର ବିଜେପି ନେତାଙ୍କ ନିଦ ହଜେଇଦେଇଛି। ତେବେ ଅପ୍‌ନା ଦଳ ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ଏବଂ ତାଙ୍କ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଶିଷ ପଟେଲ କଂଗ୍ରେସର ପଶ୍ଚିମ ଉତ୍ତରପ୍ରଦେଶ ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିିଆଙ୍କୁ ଭେଟିବା ପରେ ବିଜେପି ନରମ ଆଭିମୁଖ୍ୟ ପ୍ରକାଶ କରିଛି। ଏ ଭଳି ସ୍ଥିତିରେ ଅପ୍‌ନା ଦଳର ସମସ୍ତ ଦାବି ପୂରଣ କରାଯିବ ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର