କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ

ଭୋପାଳ: ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଧ୍ୟପ୍ରଦେଶରୁ ସେ ରାଜ୍ୟସଭାକୁ ଯାଉଛନ୍ତି। ଭୋପାଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା ଏପ୍ରିଲ ମାସରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ପୁଣି ଥରେ ଧର୍ମେନ୍ଦ୍ରଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭା ପଠାଇଛି ବିଜେପି । ଏହା ପୂର୍ବରୁ ସେ ବିହାରରୁ ରାଜ୍ୟସଭାକୁ ଯାଇଥିଲେ । ତାଙ୍କୁ ପୁଣି ଥରେ ରାଜ୍ୟସଭାକୁ ପଠାଇବା ପାଇଁ ଦଳ ପକ୍ଷରୁ ମନୋନୟନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତିଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ସେ ଦଳର ଜଣେ ସାଧାରଣ କର୍ମୀ, ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ ସେ ତାକୁ ନିର୍ବାହ କରିବେ ।

ଏଥି ପୂର୍ବରୁ ସେ ବିହାରରୁ ରାଜ୍ୟସଭାକୁ ଯାଇଥିଲେ । ତେଣୁ ଏଥର କେଉଁଠୁ ରାଜ୍ୟସଭାକୁ ଯିବେ ନା ଓଡିଶାରେ ଦଳୀୟ ସାଂଗଠନିକ ଦାୟିତ୍ୱ ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ତାଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇବା ପାଇଁ ବିଜେପି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେଇଛି । ୨୦୧୯ ପରିପ୍ରେକ୍ଷୀରେ ଧର୍ମେନ୍ଦ୍ରଙ୍କୁ ଗୁରୁତ୍ୱ ଦେଇ ଓଡିଶା ରାଣନୀତିରେ ଅମିତ ଶାହା ଏକ ବଡ ଧରଣର ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର