ହାଇକୋର୍ଟମାନଙ୍କୁ ‌‌କେନ୍ଦ୍ର ସରକାରଙ୍କ ପ୍ରସ୍ତାବ, ଦୁଷ୍କର୍ମ ଏବଂ ପୋକ୍‌ସୋ ମାମଲାରେ ୬ ମାସ ମଧ୍ୟରେ ବିଚାର ସରିବ

ନୂଆଦିଲ୍ଲୀ: ହାଇଦ୍ରାବାଦ୍‌ ଏବଂ ଉନ୍ନାଓ ଗଣଦୁଷ୍କର୍ମ ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କେନ୍ଦ୍ର ସରକାର ଦୁଷ୍କର୍ମ ମାମଲା ଗୁଡ଼ିକର ତୁରନ୍ତ ବିଚାର ପାଇଁ ଏକ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଦେଶର ସବୁ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ଚିଠି ଲେଖି ସମସ୍ତ ଦୁଷ୍କର୍ମ ଏବଂ ପୋକ୍ସ ମାମଲା ଗୁଡ଼ିକରେ ବିଚାର କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ କରିବାପାଇଁ ପ୍ରସ୍ତାବ ଦେଇଛନ୍ତି। ସେହିପରି ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଦୁଷ୍କର୍ମ ମାମଲାରେ ତଦନ୍ତ କାର୍ଯ୍ୟ ୨ମାସ ମଧ୍ୟରେ ଶେଷ କରିବାପାଇଁ କୁହାଯାଇଛି। ଆଇନ ମନ୍ତ୍ରୀ କହିଛନ୍ତି ଯେ ଦୁଷ୍କର୍ମ ମାମଲାଗୁଡ଼ିକରେ ତ୍ବରିତ ବିଚାର ପାଇଁ ଦେଶବ୍ୟାପୀ ୧୦୨୩ ଫାଷ୍ଟଟ୍ରାକ୍‌ କୋର୍ଟ ଗଠନ ‌ହେବ। ଦେଶରେ ଏବେ ୭୦୦ ଫାଷ୍ଟ ଟ୍ରାକ୍‌ ‌କୋର୍ଟ ପ୍ରତିଷ୍ଠା ହୋଇଥିବା ବେଳେ ନୂଆ ଫାଷ୍ଟଟ୍ରାକ୍‌ କୋର୍ଟ ଗଠନ ହେଲେ ଏହି ସଂଖ୍ୟା ୧୭୨୩ରେ ପହଞ୍ଚିବ। ଉଲ୍ଲେଖଯୋଗ୍ୟ ହାଇଦ୍ରାବାଦ୍‌ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏବଂ ଉନ୍ନାଓ ପୀଡ଼ିତାଙ୍କୁ ଜାଳିଦେବା ଘଟଣାକୁ ନେଇ ଦେଶବ୍ୟାପୀ କ୍ରୋଧ ଓ ଅସନ୍ତୋଷ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର