ଆସାମରେ ବନ୍ୟା ପରିସ୍ଥିତି ଅସମ୍ଭାଳ, ୧୫ ମୃତ, ୨୫୦ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର

ଗୌହାଟୀ : ଆସାମରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେବାରେ ଲାଗିଛି । ରାଜ୍ୟର ମୋଟ ୩୩ଟି ଜିଲ୍ଲାରୁ ପ୍ରାୟ ୩୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହି ବନ୍ୟା ଫଳରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । କେନ୍ଦ୍ର ସରକାର ବନ୍ୟା ପ୍ରପୀଡିତଙ୍କ ସହାୟତା ପାଇଁ ୨୫୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଘୋଷଣା କରିଛନ୍ତି ।

 

କେନ୍ଦ୍ର ସରକାରଙ୍କ ଏହି ସହାୟତା ପାଇଁ ଆସାମର ମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି କେନ୍ଦ୍ରୀୟ ସହାୟତା ରାଜ୍ୟରେ ରିଲିଫ କାର୍ଯ୍ୟ ପାଇଁ ବେଶ ସହାୟକ ହେବ ବୋଲି ସେ କହିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାର ପ୍ରାୟ ୧୫୫୬ ଟି ଗାଁରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଆଗାମୀ ଦିନରେ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ବାହିନୀକୁ ରିଲିଫ ଓ ସହାୟତା କାମରେ ଲଗାଯାଇଛି ।

ସମ୍ବନ୍ଧିତ ଖବର