କରୋନା ସଂକ୍ରମଣ କମ୍‌ ଥିବା ରାଜ୍ୟ ସତର୍କ ରହିବାକୁ କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ : ମୌସୁମୀ ଋତୁ ସମୟରେ କରୋନା ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କମ୍‌ ସଂକ୍ରମଣ ରାଜ୍ୟମାନଙ୍କୁ ଆଗାମୀ ଦିନମାନଙ୍କରେ ସତର୍କ ରହିବାକୁ କହିଛନ୍ତି। ଏସବୁ ରାଜ୍ୟମାନଙ୍କରେ ଅନଲକ୍‌-୨ ଅବଧିରେ ସମସ୍ତ କୋହଳତା ମଧ୍ୟରେ ସଂକ୍ରମଣକୁ ରୋକିବା ପାଇଁ କଠୋର କଟକଣା ମଧ୍ୟ ଜାରି କରାଯାଇପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। କମ୍‌ ସଂକ୍ରମଣ ରାଜ୍ୟମାନଙ୍କୁ ନିୟମିତ ବ୍ୟବଧାନରେ କେନ୍ଦ୍ରକୁ ରିପୋର୍ଟ ଦେବା ପାଇଁ ମଧ୍ୟ କୁହାଯାଇଛି। ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ପ୍ରଥମ ପର୍ଯ୍ୟାୟ ଅନଲକ୍‌ ଘୋଷଣା ପରେ କେତେକ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ବୋଲି କହିଥିଲେ। ମୌସୁମୀ ଋତୁରେ ଥଣ୍ଡା, କାଶ ଓ ଜ୍ବର ପ୍ରତି ଅଧିକ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଆଧାରରେ କମ୍‌ ସଂକ୍ରମଣ ରାଜ୍ୟମାନଙ୍କୁ ବିଶେଷ ରୂପେ ଧ୍ୟାନ ଦେବା ପାଇଁ ଚେତାଇ ଦିଆଯାଇଛି।

ସମ୍ବନ୍ଧିତ ଖବର