ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରମଣ ନେଇ ଦେଶର ବିଭିନ୍ନ ଅଂଚଳକୁ ରେଡ୍‌, ଗ୍ରୀନ୍‌ ଏବଂ ଅରେଂଜ ଜୋନ୍‌ରେ ବିଭକ୍ତ କରି ସରକାର ଏକ ନୂଆ ତାଲିକା ପ୍ରସ୍ତୁତ କରିଛନ୍ତି। ଦେଶର ୭୩୩ ଜିଲ୍ଲାରୁ ୧୩୦ଟି ଜିଲ୍ଲା ରେଡ୍‌‌ ଜୋନ୍‌ରେ ରହିଥିବା ବେଳେ ୨୮୪ଟି ଅରେଂଜ ଜୋନ୍‌ ଏବଂ ୩୧୯ଟି ଜିଲ୍ଲା ଗ୍ରିନ୍‌ ଜୋନ୍‌ରେ ରହିଛି। ତଥ୍ୟ ଅନୁଯାୟୀ ୧୭.୭ ପ୍ରତିଶତ ଜିଲ୍ଲା ଏବେ ବି ରେଡ୍‌ ଜୋନ୍‌ରେ ରହିଛି। ୩୮.୭ ପ୍ରତିଶତ ଜିଲ୍ଲା ଅରେଂଜ ଜୋନ୍‌ରେ ଏବଂ ୪୩.୫ ପ୍ରତିଶତ ଜିଲ୍ଲା ଗ୍ରିନ୍‌ ଜୋନ୍‌ରେ ରହିଛି। ତେବେ ଦେଶର କେତେକ ପ୍ରମୁଖ ସହର ତଥା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ୍‌, ବେଙ୍ଗାଲୁରୁ ଏବଂ କୋଲକାତା ଏବେ ବି ରେଡ୍‌ ଜୋନ୍‌ରେ ରହିଛି। ମାମଲା ବଢ଼ିବା, ମାମଲା ଦ୍ବିଗୁଣ ହେବା ଆଧାରରେ ଜିଲ୍ଲାଗୁଡ଼ିକୁ ଏଭଳି ବିଭକ୍ତ କରାଯାଇଛି। ଏପ୍ରିଲ ୩୦ ସୁଦ୍ଧା ୧୨୯ଟି ଜିଲ୍ଲା ରେଡ୍‌ ଜୋନ୍‌ରେ ଥିଲାବେଳେ ୨୯୭ଟି ଅଂ‌ରେଜ ଜୋନ୍‌ରେ ଏବଂ ୩୦୭ଟି ଗ୍ରିନ୍‌ ଜୋନ୍‌ରେ ଥିଲା। ତେବେ ସରକାରଙ୍କ ନୂଆ ଆକଳନ ଅନୁଯାୟୀ ୧୨ଟି ନୂଆ ଜିଲ୍ଲାକୁ ଗ୍ରିନ୍‌ ଜୋନ୍‌ରେ ସାମିଲ କରାଯାଇଛି। ରୋଡ୍‌ ଜୋନ୍‌ରେ ସଂଖ୍ୟା ଅପରିବର୍ତ୍ତିତ ରହିଛି। ଅଂରେଜ୍‌ ଜୋନ୍‌ରେ ସଂଖ୍ୟା ୨୯୭ରୁ ୨୮୪କୁ କମିଛି। ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅବରୋଧ ଅଞ୍ଚଳ ନିକଟରେ ବଫର ଜୋନ୍‌ ସୃଷ୍ଟି କରିବାକୁ କୁହାଯାଇଛି। ଭାଇରସ୍‌ ନବ୍ୟାପିବାପାଇଁ ଏହି ପଦକ୍ଷେପ ନେବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ତାଲିକା ଅନୁଯାୟୀ ଉତ୍ତରପ୍ରଦେଶରେ ରେଡ ଜୋନ୍‌ରେ ୧୯ଟି ଜିଲ୍ଲା ଥିବାବେଳେ ମହାରାଷ୍ଟ୍ରରେ ୧୪ , ତାମିଲନାଡ଼ୁରେ ୧୨ , ଦିଲ୍ଲୀରେ ୧୧, ପଶ୍ଚିମବଙ୍ଗରେ ୧୦, ଆନ୍ଧ୍ରପ୍ରଦେଶ ଏବଂ ବିହାରରେ ୫ଟି ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି।

Advertisment

ରେଡ୍‌ ଜୋନ୍‌ରେ ଥିବା ୧୩୦ ଜିଲ୍ଲାକୁ ହଟ୍‌ସ୍ପଟ୍‌ କୁହାଯାଉଛି। ଏହି ୧୩୦ଟି ଜିଲ୍ଲାରେ ଦେଶର ୧ ତୃତୀୟାଂଶ ଲୋକ ବସବାସ କରୁଛନ୍ତି। ଏହି ହଟ୍‌ସ୍ପଟ୍‌ ଅଞ୍ଚଳରେ ପ୍ରାୟ ୪୦୦ ନିୟୁତ ଲୋକ ବସବାସ କରୁଛନ୍ତି ଏବଂ ଏହ‌ା ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରିବ୍ୟାପ୍ତ ଅଟେ। ଏଥି ମଧ୍ୟରୁ ୪ଟି ରାଜ୍ୟରେ ହଟ୍‌ସ୍ପଟ୍‌ ଜିଲ୍ଲା ସଂଖ୍ୟା ଅଧିକ ରହିଛି। ରେଡ୍‌ ଜୋନ୍‌ ସଂଖ୍ୟା ପୂର୍ବ ତୁଳନାରେ କମିଥିଲେ ମଧ୍ୟ ୭ଟି ରାଜ୍ୟରେ ରୋଡ୍‌ ‌ଜୋନ୍‌ ସଂଖ୍ୟା ବଢ଼ିଛି। ପଶ୍ଚିମବଙ୍ଗରେ ରେଡ୍‌ ଜୋନ୍‌ ସଂଖ୍ୟା ସବୁଠୁ ଅଧିକ ବଢ଼ିଛି। ଏଠାରେ ପୂର୍ବରୁ ୪ଟି ରେଡ୍‌ ଜୋନ୍‌ ଥିବାବେଳେ ଏହା ଏବେ ବଢ଼ି ୧୦ରେ ପହଞ୍ଚିଛି। ଅନ୍ୟପକ୍ଷେ ତାମିଲନାଡ଼ୁରେ ରେଡ୍‌ ଜୋନ୍‌ ସଂଖ୍ୟା କମିଛି। ୧୩୦ଟି ରେଡ୍‌ ଜୋନ୍‌ ଜିଲ୍ଲାରେ ୮୩ ନିୟୁତ ଘର , ୨୫୦୦ ସହର ଏବଂ ୧୨୦,୦୦୦ ଗ୍ରାମ ଅନ୍ତର୍ଭୁକ୍ତ। ଦେଶର ସମସ୍ତ ସହରର ଏହା ଏକ ତୃତୀୟାଂଶ ଅଟେ। ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ସବୁଠୁ ଅଧିକ ଲୋକସଂଖ୍ୟା ଥିବା ୧୪ଟି ଜିଲ୍ଲାକୁ ରେଡ୍‌ ଜୋନ୍‌ରେ ବିଭକ୍ତ କରାଯାଇଛି। ଏଥିରେ ଦିଲ୍ଲୀରୁ ୮ଟି, ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ୍‌ ଏବଂ ଚଣ୍ଡିଗଡ଼ର ୨ଟି ଲେଖାଏଁ ଜିଲ୍ଲା ରହିଛି।

କେନ୍ଦ୍ରର ନୂଆ ତାଲିକା: ରେଡ୍‌ ଜୋନ୍‌ରେ ୧୮% ଜିଲ୍ଲା, ଗ୍ରିନ୍ ଜୋନ୍‌ରେ ୪୩%, ଅରେଂଜରେ ୩୯% ଜିଲ୍ଲା
୧୩୦ ଜିଲ୍ଲା ହଟସ୍ପଟ୍‌