ନୂଆଦିଲ୍ଲୀ : ଲକ୍ଡାଉନ୍ ସମୟରେ ଦେଶରେ ପ୍ରତିଷ୍ଠା କରାଯାଇଥିବା ୱାନ୍ ଷ୍ଟପ୍ ସେଣ୍ଟର (ଓଏସ୍ସି) ଗୁଡ଼ିକୁ ଖୋଲା ରଖିବା ପାଇଁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟର ମୁଖ୍ୟ ଶାସନ ସଚିବ ତଥା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓଏସ୍ସି ଗୁଡ଼ିକରେ କୋଭିଡ୍ର ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ମଧ୍ୟ କୁହାଯାଇଛି। ଲକ୍ଡାଉନ୍ ସମୟରେ ସଙ୍କଟ ତଥା ହିଂସା ଗ୍ରସ୍ତ ସ୍ଥିତିରେ ଥିବା ମହିଳାମାନେ ତ୍ୱରିତ ସହଯୋଗ ଓ ସେବା ପାଇଁ ନିକଟସ୍ଥ ୱାନ୍ ଷ୍ଟପ୍ ସେଣ୍ଟର ସହିତ ଯୋଗାଯୋଗ କରିପାରିବେ। କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ଦ୍ୱାରା ପ୍ରଦତ୍ତ ସୂଚନା ଅନୁସାରେ ଦେଶରେ ସମୁଦାୟ ୭୦୧ଟି ୱାନ୍ ଷ୍ଟପ୍ ସେଣ୍ଟର ଗୁଡ଼ିକ କାର୍ଯ୍ୟକ୍ଷମ ଥିବାବେେଳ ଏଥିରେ ଓଡ଼ିଶାର ୩୧ଟି ରହିଛି।
ଲକ୍ଡାଉନ୍ ବେଳେ ୱାନ୍ ଷ୍ଟପ୍ ସେଣ୍ଟର ଖୋଲା ରଖିବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ
/sambad/media/post_attachments/wp-content/uploads/2021/05/one-step.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)