ନୂଆଦିଲ୍ଲୀ: ରାତିଅଧିଆ ଦାୟିିତ୍ୱମୁକ୍ତ ହୋଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସେଣ୍ଟ୍ରାଲ ଭିଜିଲାନ୍ସ କମିସନ(ସିଭିସି)ଙ୍କ ପଶ୍ନର ଉତ୍ତର ଦେଇଛନ୍ତି। ସେ କୌଣସି ଦୁର୍ନତୀ ଅବା ଲାଞ୍ଚ କାରବାରରେ ସମ୍ପୃକ୍ତ ନୁହଁନ୍ତି ବୋଲିି କହିଛନ୍ତି।ଶ୍ରୀ ବର୍ମା । ବିଶେଷ କରି ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କ ରାକେଶ ଅସ୍ଥାନାଙ୍କ ଅଭିଯୋଗ ହାଇଦ୍ରାବାଦର ବ୍ୟବସାୟୀ ସାନା ସତୀଶ ବାବୁଙ୍କୁ ଅଭିଯୁକ୍ତମୁକ୍ତ କରିବା ପାଇଁ ୨ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ଦେଇଛନ୍ତ ଆଲୋକ ବର୍ମା।
ସୂଚନାଯୋଗ୍ୟ ଯେ ସତୀଶ ବାବୁ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନଙ୍କ ମଧ୍ୟରେ ସୃଷ୍ଟି ବିବାଦର ମୁଖ୍ୟ ନାୟକ। ପରିସ୍ଥିତି ଏମିତି ହୋଇଥିିଲା ଯ ଏହି ଘଟଣାରେ ସରକାର ହସ୍ତକ୍ଷେପ କରି ଉଭୟଙ୍କୁ ଦୀର୍ଘ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।ପୂର୍ବରୁ ଅଗଷ୍ଟ ୨୪ ତାରିଖ ଅସ୍ଥାନା କ୍ୟାବିନେଟ ସେକ୍ରେଟାରି ପ୍ରଦୀପ କୁମାର ସିହ୍ନାଙ୍କ ନିକଟରେ ଅଭିଯୋଗ କରିଥିଲେ ସତୀ ବାବୁ କୁରେଶି ମାମଲାରେ ଜଣେ ଅଭିଯୁକ୍ତ। ତେଣୁ ନିଜକୁୁ ବଞ୍ଚାଇବା ପାଇଁ ସତୀଶ ବାବୁ ସିବିଆଇ ମୁଖ୍ୟଙ୍କୁ ୨ କୋଟି ଟଙ୍କା ଲାଞ୍ଚ ଦେଇଥିଲେ। ଏହି ମାମଲାର ତଦନ୍ତ ପାଇଁ କ୍ୟାବିନେଟ ସେକ୍ରେଟାରୀ ଶ୍ରୀ ସିହ୍ନା ସିଭିସିଙ୍କୁ ହସ୍ତାନ୍ତର କରିଥିଲେ। ଏହି ଆଧାରରେ ସିଭିସି ୩ ଥର ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ନୋଟିସ ଜାରି କରି ତାଙ୍କ ସ୍ପଷ୍ଟିକରଣ ଲୋଡିଥିଲେ। ମାତ୍ର ସିଭିସି ସରକାରଙ୍କୁ ଜଣାଇଥିଲେ ସେ ସିବିଆଇ ନିର୍ଦ୍ଦେଶକ ଏ ନେଇ କୌଣସି ଗୁରୁତ୍ୱ ଦେଉ ନାହାଁନ୍ତି। ପରେ ଉଭୟଙ୍କୁ କେନ୍ଦ୍ର ସରକାର ସମସ୍ତ ଦାୟିତ୍ୱରୁ ମୁକ୍ତ କରିବା ପରେ ଆଲୋକ ବର୍ମା ସୁପି୍ରମ କୋର୍ଟରେ ଏହା ବିରୋଧରେ ଆବେଦନ କରଥିଲେ। ସୁପି୍ରମ କୋର୍ଟ ସିଭସିଙ୍କୁ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ତାଙ୍କ ରିପୋର୍ଟ ଦେବାକୁ କହିଥିଲେ । ତେଣୁ ସିଭିସି ପକ୍ଷରୁ ଏକ ପ୍ରଶ୍ନାବଳୀ ଆଲୋକ ବର୍ମାଙ୍କ ନିକଟକୁ ପଠାଯାଇଥିଲା। ଏହି ପ୍ରଶ୍ନାବଳୀର ଉତ୍ତର ଆଲୋକ ବର୍ମା ଗତ ମଙ୍ଗଳବାର ଦିନ ଦେଇଥିବା ଜଣାପଡ଼ିଛି
ସିଭିସିଙ୍କ ପ୍ରଶ୍ନର ଉତ୍ତର ଦେଲେ ଦାୟିତ୍ୱ ମୁକ୍ତ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା,ଲାଞ୍ଚ ଅଭିଯୋଗକୁ ଅଗ୍ରାହ୍ୟ
/sambad/media/post_attachments/wp-content/uploads/2018/11/cbi-director.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)