ନୂଆଦିଲ୍ଲୀ: ଏଣିକି ମନଇଚ୍ଛା ଚଲେଇ ହେବନି ଏସି । ଘରେ କିମ୍ବା ଅଫିସରେ ଏସିକୁ ମନ ଇଚ୍ଛା ଚଲାଇବାରେ ଲାଗିବ କଟକଣା । ଏନେଇ ସରକାର ଆଣୁଛନ୍ତି ନୂଆ ନିୟମ । ଅସହ୍ୟ ଗରମରେ ବାହାରୁ ଆସିଲେ ଆପଣ ଯେଉଁ ଏସିରୁ ପୂରା ଥଣ୍ଡ କରି ଘରେ ଆରାମରେ ଶୋଇଯାଆନ୍ତି ସେ ଆରାମରେ ଲାଗିପାରେ ଲଗାମ ।   ଆପଣଙ୍କ ଏୟାର କଣ୍ଡିସନର୍ ଶୀଘ୍ର ହିଁ ୨୦ ଡିଗ୍ରି ସେଲସିୟସ୍ ତଳେ ଥଣ୍ଡା କରିବା ବନ୍ଦ କରିପାରେ ।

Advertisment

ଜାଣନ୍ତୁ ସରକାର କାହିଁକି ଏପରି କରିବାକୁ ଯାଉଛନ୍ତି । ଭାରତ ଏସି ପାଇଁ ନୂଆ ନିୟମ ଆଣିବାକୁ ଯାଉଛନ୍ତି, ଯେଉଁଥିରେ ଏସିର ତାପମାତ୍ରା ୨୦ ଡିଗ୍ରି ସେଲସିୟସ୍ ତଳେ ଏବଂ ୨୮ ଡିଗ୍ରି ଉପରେ ସେଟ୍ କରାଯାଇ ପାରିବ ନାହିଁ । କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି ଯେ ଏହି ନିୟମ ଶୀଘ୍ର ଲାଗୁ ହେବ, ଯାହା ଶକ୍ତି ଖର୍ଚ୍ଚ ହ୍ରାସ ଏବଂ ପରିବେଶ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ନିଷ୍ପତ୍ତି ଭାରତର ଜଳବାୟୁ ଲକ୍ଷ୍ୟ ଏବଂ ଇଣ୍ଡିଆ କୁଲିଂ ଆକ୍ସନ ପ୍ଲାନ୍  ସହିତ ସମ୍ପର୍କିତ, ଯାହା ୨୦୩୮ ସୁଦ୍ଧା ଶୀତଳକରଣ ସମ୍ପର୍କିତ ଶକ୍ତି ଚାହିଦା ୪୦% ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି ।

ଏସି ପାଇଁ ଆସିବାକୁ ଥିବା ନୂଆ ନିୟମ ଅନୁସାରେ । ଭାରତରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅଧିକାଂଶ ସହରରେ ୪୫ ଡିଗ୍ରୀ ଉପରେ ରହୁଛି । ଯାହା ଏସିର ଚାହିଦାକୁ ବହୁଗୁଣ ବୃଦ୍ଧି କରିଛି । ୨୦୨୪ରେ ଦେଶରେ ୧.୪ କୋଟି ଏସି ବିକ୍ରି ହୋଇଥିଲା । ୨୦୫୦ ସୁଦ୍ଧା ଏହା ୧୦୦ କୋଟି ଛୁଇଁବ ବୋଲି ଅନୁମାନ କରାଯାଉଛି । ଏସିର ବହୁଳ ବ୍ୟବହାର ବିଦ୍ୟୁତ୍ ଗ୍ରୀଡ୍ ଉପରେ ଚାପ ସୃଷ୍ଟି କରୁଛି ।

ଯଦି ଘରେ ୫୦୦ କିଲୋୱାଟ ବିଦ୍ୟୁତ୍ ବ୍ୟବହାର କରେ, ତେବେ ଏସିକୁ ୧୮ ଡିଗ୍ରୀ ବଦଳରେ ୨୦ ଡିଗ୍ରୀରେ ସେଟ୍ କଲେ ପ୍ରାୟ ୮% ଶକ୍ତି ସଞ୍ଚୟ ହୋଇପାରିବ । ଯାହା ମାସିକ ୩୨ କିଲୋଗ୍ରାମ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସ କରିବ । ଏହି ନୀତି ଘରୋଇ ବ୍ୟବହାରରୁ ଆରମ୍ଭ କରି କାର ଏବଂ ବାଣିଜ୍ୟିକ କ୍ଷେତ୍ର ପର୍ଯ୍ୟନ୍ତ ଲାଗୁ ହେବ । ଏହା ଦିଲ୍ଲୀ ପରି ସହରଗୁଡ଼ିକରେ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ, ଯେଉଁଠାରେ ବିଦ୍ୟୁତ୍ ଉତ୍ପାଦନ ମୁଖ୍ୟତଃ କୋଇଲା ଉପରେ ନିର୍ଭରଶୀଳ ।

ଏହି ନିୟମ ଶକ୍ତି ସଞ୍ଚୟ କରିବା ସହିତ ଗ୍ରୀଷ୍ମକାଳୀନ ବିଦ୍ୟୁତ୍ ଅଭାବକୁ ମଧ୍ୟ ହ୍ରାସ କରିବ । ଏହା ସହିତ, ସରକାର ପୁରୁଣା ଏସିଗୁଡ଼ିକୁ ନୂଆ ମଡେଲ୍ ସହିତ ବଦଳାଇବା ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବା ବିଷୟରେ ମଧ୍ୟ ବିଚାର କରୁଛନ୍ତି । ୫ ଷ୍ଟାର ଏସିର ଅଧିକ ବ୍ୟବହାର ପାଇଁ ସରକାର ପରାମର୍ଶ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ଯମରୁ ସୂଚନା ମିଳିଛି ।