ନୂଆଦିଲ୍ଲୀ: ଟୁଲକିଟ ମାମଲା ଓ ଏହାକୁ ନେଇ ଟ୍ୱିଟରର ଆଭିମୁଖ୍ୟକୁ ନେଇ ଖପ୍ପା ହୋଇଛନ୍ତି କେନ୍ଦ୍ର ସରକାର | ଆଜି କେନ୍ଦ୍ର ସରକାର ଟ୍ୱିଟରକୁ ଚେତାବନୀ ଦେଇଛନ୍ତି | କରୋନା ମହାମାରୀ ଉପରେ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ସମାଲୋଚନା କରିବା ପାଇଁ କରାଯାଇଥିବା ଟୁଲକିଟ ମାମଲାରେ ବିଜେପି ନେତାମାନେ ଟ୍ୱିଟ୍ କରି ପ୍ରଶ୍ନ କରୁଛନ୍ତି। ଆଉ ଟ୍ୱିଟର ଏସବୁ ଟ୍ୱିଟରେ ମେନିପ୍ୟୁଲେଟେଡ୍ ମିଡିଆ’ ଭାବେ ଟ୍ୟାଗ୍ କରିଛି। ଆଉ ଏହି ଘଟଣା ପରେ ଏହାକୁ ଆପତ୍ତି କରି କେନ୍ଦ୍ର ଟ୍ୱିଟରକୁ ଏହି ଟ୍ୟାଗ୍ ହଟାଇବାକୁ କହିଛି।
'ଟୁଲକିଟ' ପ୍ରସଙ୍ଗରେ ବିଜେପି ନେତାଙ୍କ ଟ୍ୱିଟ ଉପରେ ଟ୍ୱିଟର ନେଇଥିବା ପଦକ୍ଷେପକୁ ସରକାର ବିରୋଧ କରିଛନ୍ତି। ସରକାର ଟ୍ୱିଟରକୁ କହିଛନ୍ତି ଯେ ମାମଲାର ତଦନ୍ତ ଚାଲିଛି। ଏଭଳି ପରିସ୍ଥିତିରେ ଟୁଲକିଟ ମାମଲାରେ ବିଜେପି ନେତାଙ୍କ ଟ୍ୱିଟକୁ ମେନିପ୍ୟୁଲେଟେଡ୍ ମିଡିଆ ବୋଲି ଟ୍ୟାଗ୍ କରିବା ଉଚିତ୍ ନୁହେଁ। ଏହି ଅନୁସନ୍ଧାନ ପ୍ରକ୍ରିୟାରେ ହସ୍ତକ୍ଷେପ ନକରିବାକୁ କେନ୍ଦ୍ର ସରକାର ଟ୍ୱିଟର ଇଣ୍ଡିଆକୁ କହିଛନ୍ତି। ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଚାଲିଛି। ଏଭଳି ପରିସ୍ଥିତିରେ ଟ୍ୱିଟର ଦ୍ୱାରା ଏପରି କୌଣସି କାର୍ଯ୍ୟ ଏହି ମାମଲାର ସ୍ଥିତି ଉପରେ ପ୍ରଶ୍ନ ଚିହ୍ନ ଲଗାଇବ। ସରକାର କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଥିବାବେଳେ ଟ୍ୱିଟର ଏହାର ରାୟ ଦେଇପାରିବ ନାହିଁ।
/sambad/media/post_attachments/wp-content/uploads/2021/05/zaq.png)
ସୂଚନା ଥାଉ କି ବିଜେପିର ମୁଖପାତ୍ର ସମ୍ବିତ ପାତ୍ର ମେ ୧୮ ତାରିଖ ଦିନ କେତେକ କାଗଜପତ୍ରର ସ୍କ୍ରିନ୍ସଟ୍ ନେଇ ‘ଟୁଇଟ୍’ କରିଥିଲେ। କୋଭିଡ୍-୧୯ ମହାମାରୀ ସମୟରେ ମୋଦୀ ସରକାରଙ୍କୁ ବଦନାମ କରିବା ପାଇଁ କଂଗ୍ରେସର ଟୁଇଟ୍ ଗୋଟିଏ ‘ଟୁଲ୍କିଟ୍’ ବୋଲି ସମ୍ବିତ ଦାବି କରିଥିଲେ। ଆଉ ଟ୍ୱିଟର ସମ୍ବିତଙ୍କ ଟୁଇଟ୍କୁ ପ୍ରସାରଣ କିଂବା ରି-ଟୁଇଟ୍ କରିବାକୁ ଚେଷ୍ଟା କରୁଥିବା ବ୍ୟବହାରକାରୀଙ୍କ ନିମନ୍ତେ ସେଥିରେ ‘ମେନିପ୍ୟୁଲେଟେଡ୍ ମିଡିଆ’ ଲେଖି ସତର୍କସୂଚନା ଜାରି କରିଛି। ବିଭ୍ରାନ୍ତି ସୃଷ୍ଟି କରିବା ଲାଗି ପରିବର୍ତ୍ତନ କରାଯାଇଥିବା ‘ଭିଡିଓ’, ‘ଅଡିଓ’ ଏବଂ ‘ଫଟୋ’ ଭଳି ଟୁଇଟ୍ଗୁଡ଼ିକୁ ‘ମେନିପ୍ୟୁଲେଟେଡ୍ ମିଡିଆ’ ଚିହ୍ନିତ କରାଯିବ ବୋଲି ଟୁଇଟର୍ ନିୟମାବଳୀରେ ଉଲ୍ଲେଖ ରହିଛି। ଆଉ ଏହି ଘଟଣା ପରେ କେନ୍ଦ୍ର ସରକାର ଟ୍ୱିଟରକୁ ଚେତାବନୀ ଦିଆଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Twitter-hashtag.jpg)