ଡାକ୍ତରଙ୍କ ଅବସରର ବୟସ ସୀମା ୬୫ବର୍ଷ

ନୂଆଦିଲ୍ଲୀ: ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ରସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ସରକାରୀ ଡାକ୍ତରଙ୍କ ଚାକିରିର ଅବସର ବୟସ ସୀମାକୁ ବୃଦ୍ଧି କରି ୬୫ବର୍ଷ କରାଇ ଦେଇଛନ୍ତି। ପୂର୍ବରୁ ଏହା ୬୦ବର୍ଷ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଯେଉଁ ଡାକ୍ତରମାନେ ସେଣ୍ଟ୍ରାଲ ହେଲଥ୍‌ ସର୍ଭିସ୍‌ର ଅନ୍ତର୍ଭୁକ୍ତ ସେମାନଙ୍କ ପାଇଁ ଏହା ଲାଗୁ ହୋଇଛି। ଜୁଲାଇରେ ସରକାର କେନ୍ଦ୍ର ସଶସ୍ତ୍ର ପୁଲିସ ବଳ ଓ ଆସମ ରାଇଫଲର ଜନେରାଲ ଡିୟୁଟି ମେଡିକଲ ଅଫିସରମାନଙ୍କ ଚାକିରି ଅବସରର ସମୟ ସୀମାକୁ ବୃଦ୍ଧି କରି ୬୫ବର୍ଷ କରିବା ପାଇଁ ମଞ୍ଜୁରୀ ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳର ଏହି ନିଷ୍ପତ୍ତି ଦ୍ୱାରା ଡାକ୍ତର ଏବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିକିତ୍ସା ସେବା ଯୋଗାଇ ପାରିବେ। ଦେଶରେ ଗ୍ରାମାଞ୍ଚଳର ଅଧିକାଂଶ ଲୋକେ ସରକାରୀ ଡାକ୍ତରଙ୍କ ଉପରେ ନିର୍ଭରଶୀଳ ରହିଥାଆନ୍ତି।

ସମ୍ବନ୍ଧିତ ଖବର