ରାହୁଲ ଗାନ୍ଧୀଙ୍କୁ ବୁଲା ଷଣ୍ଢ ସହ ତୁଳନା କରି ଵିଵାଦରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର କ୍ୟାବିନେଟରେ ଯୋଗ ଦେଇଥିବା ରାଓସାହେବ ଦାନବେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ବୁଲା ଷଣ୍ଢ ସହିତ ତୁଳନା କରି ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଜନ-ଆଶୀର୍ବାଦ ଯାତ୍ରାରେ ଯାଇଥିବା ଦାନବେ କହିଛନ୍ତି ଯେ ରାହୁଲ ଗାନ୍ଧୀ କୌଣସି କାମରେ ଆସିପାରିବେ ନାହିଁ | ଦାନବେଙ୍କ ବିବାଦୀୟ ଭାଷଣକୁ ଅଭଦ୍ରାମି ବୋଲି ବର୍ଣ୍ଣନା କରି କଂଗ୍ରେସ ଦଳ ତାଙ୍କୁ କେନ୍ଦ୍ର କ୍ୟାବିନେଟରୁ ହଟାଇବାକୁ ଦାବି କରିଛି। ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ବେଳେ ଦାନବେ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ମରାଠୀରେ ଭାଷଣ ଦେଇ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ କାହାରି ପାଇଁ କୌଣସି ଲାଭ କରିପାରିବେ ନାହିଁ। ସେ କାହାର କାମରେ ଆସିପାରିବେ ନାହିଁ | ସେ କହିଛନ୍ତି ଯେ ସେ ଭଗବାନଙ୍କୁ ଉତ୍ସର୍ଗୀକୃତ ଷଣ୍ଢ ପରି। ସେ ସବୁଆଡେ ବୁଲନ୍ତି, କିନ୍ତୁ କାହାର କାମରେ ଆସିପାରିବେ ନାହିଁ | ମୁଁ ୨୦ ବର୍ଷ ଧରି ଲୋକସଭାରେ ଅଛି ଏବଂ ତାଙ୍କ କାର୍ଯ୍ୟ ଦେଖିଛି। ‘‘ମହାରାଷ୍ଟ୍ରର ଗ୍ରାମାଞ୍ଚଳ ତଥା ଦେଶର କିଛି ଅଞ୍ଚଳରେ ନୂତନ ଜନ୍ମ ହୋଇଥିବା ବାଛୁରୀ ସ୍ଥାନୀୟ ଦେବତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥାଏ । ଏହି ଷଣ୍ଢଗୁଡିକୁ ଚାଷ କାର୍ଯ୍ୟରେ ବ୍ୟବହାର କରାଯାଏ ନାହିଁ | ରେଳ ରାଷ୍ଟ୍ରମନ୍ତ୍ରୀ ଆହୁରି କହିଛନ୍ତି, “ଯଦି ଏପରି ଷଣ୍ଢ କ୍ଷେତରେ ପ୍ରବେଶ କରି ଫସଲ ଖାଏ, ତେବେ ଚାଷୀ ଏହାକୁ କ୍ଷମା କରି ଦେଇଥାଏ।’’

मोदी सरकार के मंत्री ने आवारा सांड से की राहुल गांधी की तुलना, कांग्रेस ने कहा- कैबिनेट से किया जाए बाहर
photo-livehindustan

ଦାନବେଙ୍କ ଏହି ବିବୃତି ଜବାବ ଦେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ ତାଙ୍କ ଇସ୍ତଫା ଦାବି କରିଛନ୍ତି। ପାଟୋଲ କହିଛନ୍ତି, ସେ (ଦାନବେ) ସମସ୍ତ ସୀମା ଅତିକ୍ରମ କରିଛନ୍ତି। ତାଙ୍କର ଏହି ମନ୍ତବ୍ୟ ଅଶାଳୀନ ଏବଂ ଚକିତ କରିଛି। ରାହୁଲଙ୍କୁ ଏପରି ଅଶାଳୀନ ବ୍ୟବହାର କରିଥିବାରୁ ଆମେ ତାଙ୍କୁ କେନ୍ଦ୍ର କ୍ୟାବିନେଟରୁ ବହିଷ୍କାର କରିବାକୁ ଦାବି କରୁଛୁ।

ସମ୍ବନ୍ଧିତ ଖବର