କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ବୟାନ ଚର୍ଚ୍ଚାରେ, ମୁଁ କେବେ ବି ପିଆଜ ଖାଏ ନାହିଁ

ନୂଆଦିଲ୍ଲୀ: ଏବେ ଦେଶର ବିଭିନ୍ନ ଅଂଚଳରେ ପିଆଜ ଦର କିଲୋ ପ୍ରତି ୧୨୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସଂସଦରେ ମଧ୍ୟ ଏହାକୁ ନେଇ ସରଗରମ ଚର୍ଚ୍ଚା ହୋଇଛି। ପିଆଜ ଦର ବୃଦ୍ଧି ପ୍ରସଙ୍ଗରେ ଆଜି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ବୟାନ ମଧ୍ୟ ଚର୍ଚ୍ଚାରେ ରହିଛି। ଚୌବେ ଏଏନ୍‌ଆଇକୁ କହିଛନ୍ତି , ମୁଁ ଶାକାହାରି ଏବଂ କେବେ ବି ପିଆଜ ଖାଏ ନାହିଁ। ମୋ ଭଳି ଲୋକଙ୍କ ପାଇ ପିଆଜର କ’ଣ ସ୍ଥିତି ସେ ସଂପର୍କରେ ଜାଣିବାକୁ ଆଗ୍ରହ ନଥାଏ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଆଜି ଲୋକସଭାରେ ପିଆଜ କମ୍‌ ଖାଆନ୍ତି ବୋଲି ଦେଇଥିବା ବୟାନକୁ ଚୌବେ ଦୃଢ଼ ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର