ରାଜ୍ୟସଭାରେ ଅଭିଭାଷଣ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର; ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ଆମର ମନ୍ତ୍ର

ନୂଆଦିଲ୍ଳୀ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଅଭିଭାଷଣ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଦେଶର ଗରିବ, ମହିଳା, ଯୁବକ, କୃଷକଙ୍କୁ ଗୁରୁତ୍ୱ ଦେଉଛନ୍ତି ସରକାର । ପଛୁଆ ଲୋକଙ୍କ ବିକାଶ ଆମ ସରକାରର ଫୋକସ ରହିଛି  ବୋଲି ସେ କହିଛନ୍ତି।

ତେବେ ଧର୍ମେନ୍ଦ୍ର ଆହୁରି ବି କହିଛନ୍ତି ଯେ ‘ସବ୍‌କା ସାଥ୍‌ ସବ୍‌କା ବିକାଶ ସବକା ବିଶ୍ବାସ’ ଆମର ମନ୍ତ୍ର । ଜନସାଧାରଣଙ୍କୁ ନେଇ ସରକାର ଚଳାଇବା ଆମ ଶାସନର ମୂଳ ମନ୍ତ୍ର । ପଶ୍ଚିମ ସହ ପୂର୍ବ ଭାରତର ବିକାଶ ଦିଗରେ କାମ କରୁଛନ୍ତି ସରକାର । ୧୯୭୫ରେ ୨ ପ୍ରତିଶତ ଶୌଚାଳୟ ଥିଲା ବଳେ ଆଜି ଶତପ୍ରତିଶତ ଲୋକଙ୍କ ଘରେ ଶୌଚାଳୟ ରହିଛି । ୨୦୧୪ରେ ୧୪ କୋଟି ଘରୋଇ ଗ୍ୟାସ ସଂଯୋଗ ଥିଲା, ମାତ୍ର ଆଜି ଏହା ବୃଦ୍ଧି ପାଇ ୨୯ କୋଟି ହୋଇଛି ବୋଲି ଧର୍ମେନ୍ଦ୍ର ତାଙ୍କ ଅଭିଭାଷଣରେ କହିଛନ୍ତି ।

ସମ୍ବନ୍ଧିତ ଖବର