ଶ୍ରୀନଗର: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଲଦାଖ ଏବଂ ଲେହ ଗସ୍ତରେ ଅଛନ୍ତି। ଜମ୍ମୁକଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବାପରେ ଏହା ରାହୁଲଙ୍କ ପ୍ରଥମ ଲଦାଖ ଗସ୍ତ। ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲଦାଖ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି | ଶନିବାର (ଅଗଷ୍ଟ ୧୯) ରେ ରାହୁଲ ଗାନ୍ଧୀ ନିଜେ ଏକ ବାଇକ୍ ଯୋଗେ ଲେହରୁ ପାଙ୍ଗୋଗ ହ୍ରଦକୁ ଯାଇଥିଲେ। ଏହି ସମୟର ଫଟୋ ସହ ୨୦୧୨ର କିଛି ଫଟୋକୁ ତୁଳନା କରି କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ମୋଦୀ ସରକାରଙ୍କ କାର୍ଯ୍ୟକାଳ ସମୟରେ ଲଦାଖର ଚିତ୍ର କେତେ ବଦଳି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହିମାଳୟ ଅଞ୍ଚଳରେ ନିର୍ମିତ ଚମତ୍କାର ରାସ୍ତାକୁ ପ୍ରୋତ୍ସାହିତ କରିଥିବାରୁ ରିଜିଜୁ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Thanks to Rahul Gandhi for promoting excellent roads of Ladakh built by the @narendramodi govt. Earlier, he also showcased how Tourism is booming in Kashmir Valley & reminded all that our “National Flag” can be peacefully hoisted at Lal Chowk in Srinagar now! pic.twitter.com/vta6HEUnXM
— Kiren Rijiju (@KirenRijiju) August 19, 2023
ରିଜିଜୁ ‘ଏକ୍ସ’ରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ଏହା ଦେଖାଇଛନ୍ତି ଯେ କଶ୍ମୀର ଉପତ୍ୟକାରେ ପର୍ଯ୍ୟଟନ କିପରି ବଢୁଛି ଏବଂ ସମସ୍ତଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ ଆମର “ଜାତୀୟ ପତାକା” ବର୍ତ୍ତମାନ ଶ୍ରୀନଗରର ଲାଲ ଛକରେ ଅଛି | ରାହୁଲଙ୍କ ଏସବୁ ଫଟୋ ହିଁ ପ୍ରମାଣିତ କରୁଛି ଯେ କିଭଳି ବିକାଶ ହୋଇଛି | ୨୦୧୨ ମସିହାରେ ଯେଉଁ ରାସ୍ତାରେ ଯିବା ସମ୍ଭବ ନଥିଲା ସେହି ରାସ୍ତାରେ ଏବେ କିଭଳି ବିକାଶ ହୋଇଛି ଓ କଚ୍ଚା ରାସ୍ତା ପକ୍କା ହୋଇସାରିଛି ତାହା ରାହୁଲ ଦେଖାଇଛନ୍ତି | ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି ଯେ, “ରାହୁଲ ଗାନ୍ଧୀ ନିଜେ ଯାଇ ଲେହ ଏବଂ ଲଦାଖରେ ଧାରା ୩୭୦ ପରେ ବିକାଶର ଚିତ୍ରକୁ ସମସ୍ତଙ୍କୁ ଦେଖାଇଛନ୍ତି | ଆମେ ତାଙ୍କ ଫଟୋ ଦେଖି ଉତ୍ସାହିତ ଏବଂ ଆନନ୍ଦିତ।”