ବିମାନରେ ହଠାତ ଅସୁସ୍ଥ ହୋଇପଡିଲେ ଯାତ୍ରୀ, ଚିକିତ୍ସା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ବିମାନରେ ଯିବାବେଳେ ହଠାତ ଅସୁସ୍ଥ ହୋଇପଡିଲେ ଜଣେ ଯାତ୍ରୀ | ଆଉ ତାଙ୍କର ଚିକିତ୍ସା କଲେ କେନ୍ଦ୍ର ମନ୍ତ୍ରୀ | ସୂଚନା ମୁତାବକ କେନ୍ଦ୍ର ମନ୍ତ୍ରୀ ଭାଗବତ କରାଡ଼ ବିମାନରେ ଯାତ୍ରା କରୁଥିବାବେଳେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଛନ୍ତି। ଆଜି ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିମାନରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଏହି ଯାତ୍ରୀଙ୍କର ମୁଣ୍ଡ ବୁଲାଇବା ସହ ପଡିଯାଇଥିଲେ | କେନ୍ଦ୍ର ମନ୍ତ୍ରୀ ଭାଗବତ କରାଡ଼ ମଧ୍ୟ ସମାନ ବିମାନରେ ଯାତ୍ରା କରୁଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାପରେ କେନ୍ଦ୍ର ମନ୍ତ୍ରୀ ତୁରନ୍ତ ତାଙ୍କ ସହ-ଯାତ୍ରୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ।

ସୂଚନା ଥାଉ କି ଯେ ଜଣେ ରାଜନେତା ହେବା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଭାଗବତ କରାଡ଼ ମଧ୍ୟ ଜଣେ ଶିଶୁରୋଗ ବିଶେଷଜ୍ଞ। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ଼ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ବିମାନରେ ଥିବା ଯାତ୍ରୀଙ୍କର ନିମ୍ନ ରକ୍ତଚାପ ଯୋଗୁଁ ସେ ପଡିଯାଇଥିଲେ । ଏହା ପରେ କେନ୍ଦ୍ର ମନ୍ତ୍ରୀ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। କେନ୍ଦ୍ର ମନ୍ତ୍ରୀ ଡ଼.ଭାଗବତ କରାଡ଼ ଫେସବୁକରେ ଏହି ଘଟଣା ବିଷୟରେ ଲେଖିଛନ୍ତି ଯେ ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଦ୍ୱାରା ଅନେକ ସୁଖ ମିଳିଥାଏ |

ସାଧୁମାନେ ମଧ୍ୟ ପରସ୍ପରକୁ ସାହାଯ୍ୟ କରିବାକୁ ଶିକ୍ଷା ଦିଅନ୍ତି | ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ କେନ୍ଦ୍ର ମନ୍ତ୍ରୀ ଅନ୍ୟ ଲୋକଙ୍କୁ ନିବେଦନ କରିଛନ୍ତି। ଆପଣଙ୍କୁ ମନେ ପକାଇଦେଉଛୁ ଯେ ଅକ୍ଟୋବର ୨୪ ରେ, ଔରଙ୍ଗାବାଦରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଶିଶୁଙ୍କୁ କେନ୍ଦ୍ର ମନ୍ତ୍ରୀ ନିଜେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର