ନୂଆଦିଲ୍ଲୀ : ଓଡ଼ିଶାର ୪ଟି ଜିଲ୍ଲାରେ ଏମ୍ଏସଏମଇ ସେକ୍ଟରର ବିକାଶ କାର୍ଯ୍ୟପାଇଁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ଦ୍ବାରା ୪ ଜଣ କେନ୍ଦ୍ରିୟ ପ୍ରଭାରୀଙ୍କୁ ନିଯୁକ୍ତି କରାଯାଇଛି। କଟକ ଜିଲ୍ଲା ପାଇଁ ନିକୁଂଜ କିଶୋର ସୁନ୍ଦରାୟ, ପୁରୀ ଜିଲ୍ଲା ପାଇଁ ପରାଗ ଗୁପ୍ତା, ଢେଙ୍କାନାଳ ଜିଲ୍ଲା ପାଇଁ ଜତିନ୍ଦ୍ରନାଥ ସ୍ବାଇଁ ଓ ବରଗଡ଼ ଜିଲ୍ଲା ପାଇଁ ସୁରେଶ କୁମାର ବଶିଷ୍ଠଙ୍କୁ କେନ୍ଦ୍ରିୟ ପ୍ରଭାରୀ ରୂପେ ନିଯୁକ୍ତି ମିଳିଛି।