ନୂଆଦିଲ୍ଲୀ: ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ସ୍କୁଲ୍ ପ୍ରାର୍ଥନା ମାଧ୍ୟମରେ ହିନ୍ଦୁ ଧର୍ମର ପ୍ରଚାର କରାଯାଉଛି ବୋଲି ହେଉଥିବା ଅଭିଯୋଗ ଉପରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ଏ ବାବଦରେ ଆଗତ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ଆଧାର କରି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏହି ନୋଟିସ୍ ଜାରି କରିଛନ୍ତି। ସାରା ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ସ୍କୁଲ୍ ପ୍ରାର୍ଥନା ମାଧ୍ୟମରେ ହିନ୍ଦୁ ଧର୍ମର ପ୍ରଚାର କରାଯାଉଛି ଯାହାକି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଜଣେ ଆଇନଜୀବୀଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା। ସୁପ୍ରିମକୋର୍ଟ ଉକ୍ତ ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ବୋଲି ରାଜି ହେବାପରେ କେନ୍ଦ୍ର ସରକାରଙ୍କୁ ଏ ସଂକ୍ରାନ୍ତ ପ୍ରଶ୍ନ କରିଛନ୍ତି। ମଧ୍ୟପ୍ରଦେଶର ବିନାୟକ ଶାହ ନାମକ ଉକ୍ତ ଆଇନଜୀବୀଙ୍କ ପିଲାମାନେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟର ପଢ଼ା ସମାପ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଏହା ଏକ ଗୁରୁତର ସାମ୍ବିଧାନକ ପ୍ରସଙ୍ଗ। ତେଣୁ ଯଦି ଏହା ସମ୍ବିଧାନକୁ ଉଲ୍ଲଂଘନ କରୁଥାଏ ତେବେ କୋର୍ଟ ଏ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ୨୦୧୫ ତଥ୍ୟ ଅନୁଯାୟୀ ଭାରତରେ ୧୧୨୫ କେନ୍ଦ୍ରୀୟ ବିଦ୍ୟାଳୟ ରହିଛି ଏବଂ ବିଦେଶରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ପ୍ରାର୍ଥନା ମାଧ୍ୟମରେ ହିନ୍ଦୁ ଧର୍ମର ପ୍ରଚାର ପାଇଁ ସରକାର ପ୍ରୟାସ କରିଛନ୍ତି କି? ଏ ସଂପର୍କରେ ବାସ୍ତବ ସ୍ଥିତି କ’ଣ ତାହା ଜଣାଇବାକୁ ନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟରେ ହିନ୍ଦୁ ଧର୍ମର ପ୍ରଚାର କରାଯାଉଛି କି?
କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
/sambad/media/post_attachments/wp-content/uploads/2018/01/46_big.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)