ମହାରାଷ୍ଟ୍ର ସମେତ ୩ ରାଜ୍ୟର କରୋନା ମୁକାବିଲା ଯୋଜନାରେ ତ୍ରୁଟି ରହୁଛି : କେନ୍ଦ୍ରୀୟ ଟିମ

ନୂଆଦିଲ୍ଲୀ : ଦେଶରେ ୩ଟି  ସବୁଠାରୁ କରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର, ପଂଜାବ, ଛତିଶଗଡ଼କୁ ପଠାଯାଇଥିବା କେନ୍ଦ୍ରୀୟ ଟିମ ନିଜର ରିପୋର୍ଟ ପ୍ରଦାନ କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଏସବୁ ରାଜ୍ୟର କରୋନା ନିୟନ୍ତ୍ରଣ ପଦ୍ଧତିରେ ତ୍ରୁଟି ରହିଛି । ଏହି କାରଣରୁ ଏହି ରାଜ୍ୟଗୁଡ଼ିକ କରୋନା ନିୟନ୍ତ୍ରଣରେ ବିଫଳ ହେଉଛନ୍ତି । ମୁଖ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ରହିଛି କମ ସଂଖ୍ୟକ ଆରଟି-ପିସିଆର ପରୀକ୍ଷା, ତ୍ରୁଟିଯୁକ୍ତ କଣ୍ଟେନମେଣ୍ଟ ଯୋଜନା ଓ ସୀମିତ ସଂଖ୍ୟକ ସ୍ବାସ୍ଥ୍ୟକର୍ମୀ ।

କେନ୍ଦ୍ରୀୟ ଟିମ ଏସବୁ ରାଜ୍ୟରେ ପ୍ରାୟ ୫୦ଟି କରୋନା ପ୍ରଭାବିତ ଜିଲ୍ଲା ବୁଲି ସେଠାକାର ସ୍ଥିତି ତଦାରଖ କରିଛନ୍ତି । କେନ୍ଦ୍ରୀୟ ଟିମ ମହାରାଷ୍ଟ୍ରର ସତାରା, ସାଙ୍ଗଲି ଓ ଔରଙ୍ଗାବାଦ ପରିଦର୍ଶନ କରି ସେଠାରେ ରାଜ୍ୟ ସରକାରଙ୍କ କଣ୍ଟେନମେଣ୍ଟ ଯୋଜନା ପ୍ରଭାବି ହେଉନଥିବା ପ୍ରକାଶ କରିଛନ୍ତି । ଗୋଟିଏ ପଟେ ସଂକ୍ରମଣ ବଢୁଥିବାବେଳେ ତାହାର ମୁକାବିଲା କରିବାକୁ ଯଥେଷ୍ଟ ସଂଖ୍ୟକ ପରୀକ୍ଷାଗାର, ସ୍ବାସ୍ଥ୍ୟକର୍ମୀ ନାହାନ୍ତି ।    ସେହିପରି ଲୋକମାନେ ମଧ୍ୟ କରୋନା ଗାଇଡଲାଇନକୁ ଠିକ ଭାବେ ପାଳନ କରୁନାହାନ୍ତି ବୋଲି କେନ୍ଦ୍ରୀୟ ଟିମ କହିଛି ।

 

ସମ୍ବନ୍ଧିତ ଖବର