ମୃତ୍ୟୁ ସଂଖ୍ୟା ସହ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼କୁ ଯିବ କେନ୍ଦ୍ରୀୟ ଟିମ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା କ୍ଲିନିକାଲ ବିଶେଷଜ୍ଞଙ୍କୁ ନେଇ ଗଠିତ କେନ୍ଦ୍ରୀୟ ଟିମକୁ ମହାରାଷ୍ଟ୍ର, ପଞ୍ଜାବ ଏବଂ ଛତିଶଗଡକୁ ପଠାଯିବ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ୧୦ଟି ରାଜ୍ୟରେ ଏ‌ବେ କୋଭିଡ ସଂକ୍ରମଣ ବଢ଼ୁଥିବା ବେଳେ ସବୁଠାରୁ ଅଧିକ ସଂକ୍ରମିତ ଥିବା ଏହି ୩ଟି ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ।

ଆଜି ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ, ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ । ବୈଠକରେ କରୋନା କଟକଣା ଲୋକେ ଠିକ ଭାବରେ ମାନୁନଥିବାରୁ ସଂକ୍ରମଣ ବଢ଼ୁଥିବା ନେଇ ସମୀକ୍ଷା ବୈଠ‌କରେ ମତ ରଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ତେବେ ସଂକ୍ରମଣ ଅଧିକ ରହିଥିବା ରାଜ୍ୟରେ ସ୍ଥିତି କିଭଳି ରହିଛି ଏବଂ ସଂକ୍ରମଣ ବଢ଼ିବାର କାରଣ ଜାଣିବା ପାଇଁ କେନ୍ଦ୍ରୀୟ ଟିମକୁ ପଠାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର