୨୦୨୨ ସୁଦ୍ଧା ମୋଦୀ ସରକାର ନିର୍ମାଣ କରିବେ ନୂତନ ସଂସଦ ଭବନ; ରାଷ୍ଟ୍ରପତି ଭବନକୁ ଲାଗିକରି ନିର୍ମିତ ହେବ ପ୍ରଧାନମନ୍ତ୍ରୀଙ୍କ ଆବାସ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଦିଲ୍ଲୀର ନକ୍ସାରେ ଏକ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରୁଛନ୍ତି ମୋଦୀ ସରକାର। ଏହି ଯୋଜନା ଅଧୀନରେ ରାଷ୍ଟ୍ରପତି ଭବନକୁ ଲାଗିକରି ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ଏକ ନୂତନ ଆବାସ ନିର୍ମାଣ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପାଇଁ ଏକ ନୂତନ ଅଟ୍ଟାଳିକା ନିର୍ମାଣ ସହ ବର୍ତ୍ତମାନର ସଂସଦ ଭବନକୁ ଏକ ମ୍ୟୁଜିୟମ୍‌ରେ ପରିଣତ କରିବା ପାଇଁ ମୋଦୀ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।

The Hindu

ଏଥିସହ ୨୦୨୨ ସୁଦ୍ଧା ଏକ ନୂତନ ସଂସଦ ଭବନର ନିର୍ମାଣ ପାଇଁ ଏହି ଯୋଜନାରେ ଲକ୍ଷ୍ୟ ରଖିଛନ୍ତି ମୋଦୀ ସରକାର। ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପାଳନ ଅବସରରେ ଏହି ସବୁ ପରିବର୍ତ୍ତନ କରିବାକୁ ମୋଦୀ ସରକାର ‌େଯାଜନା କରୁଛନ୍ତି।

କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରାଳୟକୁ ଏହି ଦାୟିତ୍ବ ଦିଆଯାଇଛି। ଏବଂ ଦେଶର ଖ୍ୟାତନାମା ସ୍ଥପତିମାନଙ୍କୁ ଏହାର ଡିଜାଇନ୍‌ ପ୍ରସ୍ତୁତ କରିବାକୁ ନଗର ଉନ୍ନୟନ ମନ୍ତ୍ରାଳୟ ଦାୟିତ୍ବ ପ୍ରଦାନ କରିଛି। ଇତିମଧ୍ୟରେ କେତେକ ସ୍ଥପତି ମଧ୍ୟ ସେମାନଙ୍କର ନକ୍ସାକୁ ନଗର ଉନ୍ନୟନ ମନ୍ତ୍ରାଳୟରେ ଦାଖଲ କରି ସାରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର