ସୁରକ୍ଷାକର୍ମୀଙ୍କ ବାବଦରେ ସୂଚନା ଦେବା ସହ ସାମଗ୍ରୀ ପରିବହନ ପାଇଁ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି ନକ୍ସଲ: କେନ୍ଦ୍ର ସରକାର 

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ମାଓବାଦୀମାନେ ନିଜ ସଙ୍ଗଠନରେ ଛୋଟ ପିଲାଙ୍କୁ ଭର୍ତ୍ତି କରୁଛନ୍ତି | ସେମାନଙ୍କୁ ପୁଲିସର ଗତିବିଧି ବାବଦରେ ସୂଚନା ଦେବାକୁ ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ ପାଇଁ ବ୍ୟବହାର କରାଯାଉଛି | କେବଳ ଏତିକି ନୁହେଁ ଏହି ପିଲାଙ୍କୁ ବନ୍ଧୁକ ଚଳାଇବାର ତାଲିମ ମଧ୍ୟ ଦିଆଯାଉଛି | କେନ୍ଦ୍ର ଗୃହ ମନ୍ତ୍ରାଳୟର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବାବଦରେ ସୂଚନା ଦେଇଛନ୍ତି | ଆଜି ଲୋକସଭାରେ ସଦସ୍ୟ ବିଷ୍ଣୁ ଦୟାଲ ରାମଙ୍କର ଏକ ତାରକା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ମାଓବାଦୀମାନେ ନିଜ ସଙ୍ଗଠନରେ ଛୋଟ ପିଲାଙ୍କୁ ଭର୍ତ୍ତି କରୁଥିବାର ରିପୋର୍ଟ ମିଳିଛି |

ସୁରକ୍ଷାକର୍ମୀଙ୍କ ବାବଦରେ ସୂଚନା ପାଇବା ପାଇଁ ଏହି ଛୋଟ ପିଲାମାନଙ୍କୁ ଇନଫର୍ମର ଭାବେ ବ୍ୟବହାର କରାଯାଉଛି | ସେହିପରି ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ରାଜ୍ୟ ସରକାରମାନେ ନିଜ ନିଜର ଆତ୍ମସମର୍ପଣ ସହ ପୁନର୍ବାସ ନୀତି ଲାଗୁ କରିଛନ୍ତି |

ପୁନର୍ବାସ ପ୍ୟାକେଜରେ ପ୍ରମୁଖ କ୍ୟାଡର ମାନଙ୍କୁ ୫ ଲକ୍ଷ ଟଙ୍କାର ଅନୁଦାନ ସହ ଅନ୍ୟ କ୍ୟାଡରମାନଙ୍କୁ ଅଢେଇ ଲକ୍ଷ ଟଙ୍କା ଯାଏଁ ଦେବାକୁ ବ୍ୟବସ୍ଥା ରହିଛି | ସେହିପରି ତିନି ବର୍ଷ ଯାଏଁ ମାସିକ ୬ ହଜାର ଟଙ୍କା ଲେଖାଏଁ ମଧ୍ୟ ଦିଆଯିବାକୁ ବ୍ୟବସ୍ଥା ରହିଛି |

ସମ୍ବନ୍ଧିତ ଖବର