ବାଂଲାଦେଶରୁ ଭାରତୀୟ ଛାତ୍ରଙ୍କୁ ଏୟାରଲିଫ୍ଟ୍ କରାଇଲେ କେନ୍ଦ୍ରସରକାର

ନୂଆଦିଲ୍ଲୀ: ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜାମ୍ମୁ କଶ୍ମୀରର ଜଣେ ଏମବିବିଏସ୍ ଛାତ୍ରଙ୍କୁ ଏୟାରଲିଫ୍ଟ୍ କରାଇଲେ କେନ୍ଦ୍ରସରକାର। ବାଂଲାଦେଶ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଡାକ୍ତରୀ ଛାତ୍ରଙ୍କୁ କେନ୍ଦ୍ରସରକାର ବିଶେଷ ଚିକିତ୍ସା ପାଇଁ ନୂଆଦିଲ୍ଲୀର ଏମ୍‌ସକୁ ପଠାଇଥିବା ଜାମ୍ମୁ କାଶ୍ମୀର ବିଜେପି ସଭାପତି ରବିନ୍ଦର ରାଇନା ସୋମବାର କହିଛନ୍ତି। ସମ୍ପୃକ୍ତ ଛାତ୍ର ଶୋଏବ ଲୋନେ ଜାମ୍ମୁର ରାଜୌରୀ ଜିଲ୍ଲାର ବାସିନ୍ଦା । ସେ ଢାକାସ୍ଥିତ ବରିନ୍ଦ ମେଡିକାଲ କଲେଜର ଶେଷ ବର୍ଷର ଏମବିବିଏସ୍ ଛାତ୍ର ।

ଜୁନ୍ ୩ରେ, ଶୋଏବ କଲେଜର ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ୩ ଆହତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା। ରାଜ‌ୌରୀ ଜିଲ୍ଲା ଗସ୍ତ ସମୟରେ ଛାତ୍ରଙ୍କ ପିତାଙ୍କୁ ଭେଟିଥିବା ରାଇନା କହିଛନ୍ତି ଯେ ମୋର ରାଜ‌ୌରୀ ଗସ୍ତ ସମୟରେ ତାଙ୍କ ପିତାଙ୍କ ଠାରୁ ଏହି ଦୁର୍ଘଟଣା ବିଷୟରେ ଜାଣିବା ମାତ୍ରେ ମୁଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସାହାଯ୍ୟ ମାଗିଥିଲି। ଛାତ୍ରଙ୍କ ପରିବାରକୁ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ଡାକିଥିଲେ। ତାଙ୍କ ଚିକିତ୍ସା ପାଇଁ ବାଂଲାଦେଶରୁ ଶୋଏବଙ୍କୁ ଏୟାରଲିଫ୍ଟ୍ ପାଇଁ ବିଜେପି ନେତା ତଥା ଛାତ୍ରଙ୍କ ପିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର