୧୮-୪୪ବର୍ଷ ବୟସ୍କଙ୍କ କୋଭିଡ ଟିକାକରଣ ପାଇଁ ଅନ-ସାଇଟ ପଞ୍ଜିକରଣକୁ ଅନୁମତି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ୧୮-୪୪ ବର୍ଷ ବୟସ ବର୍ଗର ଲୋକମାନେ, ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ କିମ୍ବା ସ୍ମାର୍ଟ ଫୋନର ସୁବିଧା ନାହିଁ ଏବେ ସେମାନେ ମଧ୍ୟ ନେଇ ପାରିବେ କରୋନା ଟିକା | ଇଣ୍ଟରନେଟ୍ କିମ୍ବା ସ୍ମାର୍ଟ ଫୋନର ସୁବିଧା ନଥିବା ବ୍ୟକ୍ତି ଏବେ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରକୁ ଯାଇ କୋଉଇନ ଡିଜିଟାଲ୍ ପ୍ଲାଟଫର୍ମରେ ଟିକାକରଣ ପାଇଁ ନିଜକୁ ପଞ୍ଜୀକୃତ କରିପାରିବେ | ଏନେଇ ଆଜି ଅପରାହ୍ନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରିଛି |

ବିଜ୍ଞପ୍ତି ଅନୁଯାୟୀ, ଅନେକ ସମୟରେ ଲୋକେ ଅନଲାଇନ ପଞ୍ଜିକରଣ କରି ମଧ୍ୟ ଟିକା ନେବାକୁ ଆସୁନାହାନ୍ତି | ଏଭଳି ସ୍ଥିତିରେ ଟିକା ନଷ୍ଟ ହେଉଛି ବା ବ୍ୟବହାର ନହୋଇ ରହିଯାଉଛି | ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନ-ସାଇଟ ପଞ୍ଜିକରଣର ସୁବିଧା ଆଣିଛି | ଯଦି ଟିକା ବଳିପଡ଼େ ତେବେ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରକୁ ଯାଇ କୋଉଇନ ଡିଜିଟାଲ୍ ପ୍ଲାଟଫର୍ମରେ ଅନ-ସାଇଟ ପଞ୍ଜିକରଣ କରି ଲୋକେ ଟିକା ନେଇ ପାରିବେ | ବିଶେଷ କରି ଇଣ୍ଟରନେଟ୍ କିମ୍ବା ସ୍ମାର୍ଟ ଫୋନର ସୁବିଧା ନଥିବା ବ୍ୟକ୍ତି ଏହା ଦ୍ୱାରା ଲାଭବାନ ହେବେ |

For 18+, On-Site Registration Allowed At Government Vaccine Centres
ndtv.com

ତେବେ ଏହାକୁ ଲାଗୁ କରିବା ନେଇ ନିଷ୍ପତ୍ତି ନେବାକୁ କେନ୍ଦ୍ର ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି | ରାଜ୍ୟ ସରକାର ନିଜ ହିସାବରେ ଏହି ସୁବିଧା ଲାଗୁ କରିବେ କି ନାହିଁ ନିଷ୍ପତ୍ତି ନେଇପାରିବେ |

ସମ୍ବନ୍ଧିତ ଖବର