ଯୁକ୍ତରାଷ୍ଟ୍ର ଆମେରିକାରୁ ଆହୁରି ୭୨ ହଜାର ଆସଲ୍‌ଟ୍‌ ରାଇଫଲ୍ ସମେତ ୨, ୨୯୦ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ମଞ୍ଜୁର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରୁ ଆହୁରି ୭୨ ହଜାର ଆସଲ୍‌ଟ୍‌ ରାଇଫଲ୍ କିଣିବା ସମେତ ୨,୨୯୦ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର କ୍ରୟ ଲାଗି ସୋମବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ମଞ୍ଜୁରୀ କରିଛି।

ରାଜନାଥ ସିଂହ ନେତୃତ୍ବାଧୀନ ‘ଡିଫେନ୍‌ସ୍ ଆକ୍ବିଜିସନ୍ କାଉନ୍‌ସିଲ୍’ ଯୁକ୍ତରାଷ୍ଟ୍ର ଆମେରିକାର ସିଗ୍‌ ସାଉଅର୍‌ ଆସଲ୍‌ଟ୍‌ ରାଇଫଲ୍ ସମେତ ୭୮୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବ ଅନୁମୋଦନ କରିଛି। ସମ୍ପ୍ରତି ଭାରତୀୟ ସୈନିକମାନେ ୭୨, ୪୦୦ ସିଗ୍‌ ସାଉଅର୍‌ ରାଇଫଲ୍ ବ୍ୟବହାର କରୁଛନ୍ତି।

Image Courtesy of Hindustan Times

ଏହାଛଡ଼ା, ୯୭୦ କୋଟି ଟଙ୍କାର ଉତ୍ତମ ଆଣ୍ଟି-ଏୟାର୍‌ଫିଲ୍‌ଡ୍‌ ଅସ୍ତ୍ର ଏବଂ ୫୪୦ କୋଟି ଟଙ୍କାର ଷ୍ଟାଟିକ୍ ଏଚ୍‌ଏଫ୍ ଟ୍ରାନ୍‌ସ-ରିସିଭର୍ କ୍ରୟ ନିମନ୍ତେ ଆଜି ‘ଡିଏସି’ ଅତିରିକ୍ତ ମଞ୍ଜୁରି ପ୍ରଦାନ କରିଛି।

ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉନ୍ମୋଚନ କରିଥିବା ନୂଆ ‘ଡିଫେନ୍‌ସ୍ ଆକ୍ବିଜିସନ୍ ପ୍ରୋସିଜିଓର୍‌’ରେ ସରଳୀକୃତ ପ୍ରକ୍ରିୟାରେ ତିନି ବାହିନୀ ନିଜ ନିଜ ଆବଶ୍ୟକତା ଅନୁଯାୟୀ ଅସ୍ତ୍ରଶସ୍ତ୍ର କିଣି ପାରିବାର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର