୧୫ ଦିନ ମଧ୍ୟରେ ନୂତନ ନିୟମ ଅନୁପାଳନ ନେଇ ସବିଶେଷ ତଥ୍ୟ ଦେବାକୁ ଓଟିଟି ଓ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଗତ ଫେବ୍ରୁଆରିରେ ଭାରତ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ, ଓଟିଟି ପ୍ଲାଟଫର୍ମ ଏବଂ ଡିଜିଟାଲ ମିଡିଆ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଥିଲେ | ଏବେ ଜାରି କରାଯାଇଥିବା ଗାଇଡଲାଇନର ଅନୁପାଳନ ନେଇ ସବିଶେଷ ତଥ୍ୟ ଦେବାକୁ ସମସ୍ତ ଓଟିଟି ପ୍ଲାଟଫର୍ମ ଏବଂ ଡିଜିଟାଲ ନିଉଜ ପ୍ଲାଟଫର୍ମକୁ କହିଛନ୍ତି କେନ୍ଦ୍ର ସରକାର | ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ତଥ୍ୟ ଦେବା ପାଇଁ କୁହାଯାଇଛି |

ନୂତନ ମାର୍ଗଦର୍ଶିକା ଅନୁଯାୟୀ, କୌଣସି ଆପତ୍ତିଜନକ ପୋଷ୍ଟ ଦେଖିବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୨୪ଘଣ୍ଟା ମଧ୍ୟରେ ତାହା ହଟାଇବାକୁ ପଡ଼ିବ। ଏହା ସହ ଡିଜିଟାଲ୍ ମିଡିଆକୁ ଇଲେକ୍ଟ୍ରୋନିକ୍ ମିଡିଆ ପରି ନିଜକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ଯଦି କୌଣସି ଉପଭୋକ୍ତା, ବିଶେଷକରି ଜଣେ ମହିଳାଙ୍କୁ ଅସମ୍ମାନିତ କରିବା ପାଇଁ କେହିି ଯଦି ସେମାନଙ୍କ ବ୍ୟକ୍ତିଗତ ଅଙ୍ଗ କିମ୍ବା ନଗ୍ନତା କିମ୍ବା ‌ଅଶ୍ଳୀଳ ଭିଡିଓ ସେୟାର କରିଥାଏ, ତେବେ ଅଭିଯୋଗ ପରେ ୨୪ଘଣ୍ଟା ମଧ୍ୟରେ ଏହାକୁ ହଟାଇବାକୁ ହେବ। ମହିଳାଙ୍କ ସମ୍ମାନକୁ ସୁରକ୍ଷା ଦେବା ପାଇଁ ଏହି ଗାଇଡଲାଇନ ଅଣାଯାଇଛି।

सोशल मीडिया प्लेटफॉर्म के लिए गाइडलाइन्स जारी (Photo: Pxiabay/Representational image)
aajtak

ତେବେ ପୋଷ୍ଟ ହଟାଇଲେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାରକାରୀମାନଙ୍କୁ ଏହାର କାରଣ ଦର୍ଶାଇବା ସହ ସେମାନଙ୍କ ମତାମତ ମଧ୍ୟ ଶୁଣିବେ । ଭାରତରେ ୫୩କୋଟି ହ୍ବାଟସଆପ୍ ବ୍ୟବହାରକାରୀ, ୪୦କୋଟିରୁ ଅଧିକ ଫେସବୁକ୍ ବ୍ୟବହାରକାରୀ ଏବଂ ୧ କୋଟିରୁ ଅଧିକ ଟ୍ୱିଟର ବ୍ୟବହାରକାରୀ ଅଛନ୍ତି। ଆତଙ୍କବାଦୀ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଘୃଣାର ପ୍ରସାରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ମିଥ୍ୟା ଖବର ପ୍ରସାରଣ ହେଉଛି । ସୋସିଆଲ ମିଡିଆକୁ ହିଂସା, ଭାଷା, ଦୃଶ୍ୟ ଆଧାରରେ ବିଭାଗୀକରଣ କରାଯିବ । ୟୁ, ୟୁ-୭, ୟୁ-୧୩ ଆଧାରକୁ ନେଇ ବିଭାଗୀକରଣ ହେବ ନୂଆ ଗାଇଡଲାଇନରେ କୁହାଯାଇଛି |

ସେହିଭଳି ଓଟିଟି ପ୍ଲାଟଫର୍ମ / ଡିଜିଟାଲ୍ ମିଡିଆକୁ ନିଜ କାର୍ଯ୍ୟଧାରା ଓ ବିଷୟବସ୍ତୁ ସମ୍ବନ୍ଧରେ ସୂଚନା ପ୍ରଦାନ କରିବାକୁ ପଡ଼ିବ। ଏହା ସହ ସେମାନଙ୍କୁ ନିଜ ପ୍ଲାଟଫର୍ମ ପାଇଁ କିଛି ଗାଇଡଲାଇନ ଲାଗୁୁ କରିବାକୁ ହେବ। ଏଥିପାଇଁ ଏକ ସଂସ୍ଥା ଗଠନ ହେବ ଯାହାର ନେତୃତ୍ୱ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ଅନ୍ୟ କୌଣସି ଉଚ୍ଚପଦସ୍ଥ ଅଧିକାରୀ ନେବେ। ଇଲେକ୍ଟ୍ରୋନିକ୍ ମିଡିଆ ପରି, ଡିଜିଟାଲ୍ ପ୍ଲାଟଫର୍ମଗୁଡିକ ମଧ୍ୟ ଭୁଲ ମାଗି କ୍ଷମା ପ୍ରସାରଣ କରିବାକୁ ପଡିବ। ସେହିପରି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ଧାର୍ଯ୍ୟ କରିଥିବା ନିୟମକୁ ଡିଜିଟାଲ୍ ନ୍ୟୁଜ୍ ମିଡିଆକୁ ପାଳନ କରିବାକୁ ହେବ। ନୂତନ ୱେବସାଇଟଗୁଡ଼ିକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ୱେବସାଇଟରେ ନିଜକୁ ପଞ୍ଜିକୃତ କରିବେ।

ସମ୍ବନ୍ଧିତ ଖବର