ବୀରଭୂମ ହିଂସା : ୭୨ ଘଣ୍ଟାରେ ରିପୋର୍ଟ ଦେବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାରେ ହୋଇଥିବା ହିଂସା ମାମଲାରେ ରିପୋର୍ଟ ତଲବ କରିଛନ୍ତି କେନ୍ଦ୍ର ସରକାର । ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି ବିଜେପି ।

ଏହି ହିଂସା ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି  ପଶ୍ଚିମ ବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର । ଖୁବ ଶୀଘ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀ ପଶ୍ଚିମବଙ୍ଗ ଗସ୍ତରେ ଯିବେ ବୋଲି ସେ କହିଛନ୍ତି ।

ମଙ୍ଗଳବାର ସକାଳେ ବୀରଭୂମ ଜିଲ୍ଲାରେ ତୃଣମୂଳ କଂଗ୍ରେସ ସହ ସଂପର୍କିତ ଜଣେ ପଞ୍ଚାୟତ ନେତାଙ୍କ ହତ୍ୟା ପରେ ହିଂସା ଆରମ୍ଭ ହୋଇଯାଇଥିଲା । ଏହି ହତ୍ୟାର ପ୍ରତିଶୋଧ ନେବାକୁ ଯାଇ କେତେକ ଉତ୍ତ୍ୟକ୍ତ ଲୋକ ପ୍ରାୟ ୧୦-୧୨ଟି ଘର ଜଳାଇଦେବା ସହ ୮ ଜଣଙ୍କୁ ହତ୍ୟା କରିଦେଇଥିଲେ ।

ରାଜ୍ୟପାଳ ଜୟଦୀର ଧନକର ଏହି ହିଂସାକୁ ନିନ୍ଦା କରିବା ସହ ପଶ୍ଚିମବଙ୍ଗ ହିଂସା ସଂସ୍କୃତି ଓ ଅରାଜକତା  କବଳକୁ ଚାଲିଯାଇଥିବା କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ରାଜ୍ୟପାଳଙ୍କ ଏପରି ମନ୍ତବ୍ୟକୁ ବିରୋଧ କରିବା ସହ ଏପରି ବୟାନ ନଦେବାକୁ କହିଛନ୍ତି ।

ସମ୍ବନ୍ଧିତ ଖବର