କରୋନା ମୁକାବିଲା ପାଇଁ ଇଏନଟି ବିଶେଷଜ୍ଞ ଓ ରେସିଡେଣ୍ଟ ଡାକ୍ତରଙ୍କୁ କାମରେ ଲଗାଇବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧରେ ଚାଲିଥିବା ଯୁଦ୍ଧରେ ଇଏନଟି(କାନ, ନାକ ଏବଂ ଗଳା) ବିଶେଷଜ୍ଞଙ୍କ ସହ ରେସିଡେଣ୍ଟ ଡାକ୍ତରଙ୍କୁ ସାମିଲ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳକୁ କହିଛନ୍ତି। କୋଭିଡ -୧୯ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ଜରୁରୀ ଆବଶ୍ୟକତା ରହିଛି ବୋଲି କେନ୍ଦ୍ର କହିଛି। ଇଏନଟି ବିଶେଷଜ୍ଞଙ୍କ ସହ ରେସିଡେଣ୍ଟ ଡାକ୍ତରଙ୍କୁ ସାମିଲ କରାଗଲେ ନମୁନା ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି କହିବା ସହ ଏ ନେଇ ମେଡିକାଲ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନିର୍ଦେଶ ଦିଆଯାଇଛି ।

Coronavirus: Centre asks states to enlist ENT specialists, resident docs to fight COVID-19
businesstoday

କେନ୍ଦ୍ରର ଚିଠି ଅନୁଯାୟୀ, ଏହି ଡାକ୍ତରମାନଙ୍କୁ ବିଶେଷ କରି କୋଭିଡ -୧୯ ପରୀକ୍ଷା ସଂଖ୍ୟା ବୃଦ୍ଧି କରିବାକୁ ବୃତ୍ତିଗତ ଢଙ୍ଗରେ ଯଥା ସମ୍ଭବ ନମୁନା ସଂଗ୍ରହ କରିବାକୁ ନିଆଯିବ । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଥିବା ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ବର୍ତ୍ତମାନ ଦେଶରେ କୋଭିଡ -୧୯ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି | ବର୍ତ୍ତମାନ ସଂକ୍ରମିତ ଲୋକ କାହା କାହା ସଂସ୍ପର୍ଶରେ ଆସିଛି ତାହା ଜାଣିବା ଏବଂ ସନ୍ଦିଗ୍ଧ ଲୋକଙ୍କ ଗଳା ଏବଂ ନାକର ସ୍ୱାବ ନମୁନା ସଂଗ୍ରହ ଅତ୍ୟନ୍ତ ଜରୁରୀ ହୋଇପଡିଛି | ଏହାକୁ ଦୃଷ୍ଟିରେ ରଖି  ସ୍ୱାବ ନମୁନା ନେବା ପାଇଁ ତାଲିମପ୍ରାପ୍ତ ତଥା ଯୋଗ୍ୟ ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି ଏବଂ ଏହିପରି ଲୋକଙ୍କ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଇଏନଟି ବିଶେଷଜ୍ଞଙ୍କ ସହ ରେସିଡେଣ୍ଟ ଡାକ୍ତରଙ୍କ ସେବା ଗ୍ରହଣ କରି ତୁରନ୍ତ ସେମାନଙ୍କୁ କୋଭିଡ୍ -୧୯ର ନମୁନା ସଂଗ୍ରହ କରିବା କାମରେ ନିୟୋଜିତ କରନ୍ତୁ ବୋଲି ଚିଠିରେ ଲେଖାଯାଇଛି |

ସମ୍ବନ୍ଧିତ ଖବର