“ବ୍ଲାକ୍ ଫଙ୍ଗସ୍”କୁ ମହାମାରୀ ଘୋଷଣା କରିବା ପାଇଁ ରାଜ୍ୟକୁ କହିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ମ୍ୟୁକୋରମାଇକୋସିସ୍ ବା “ବ୍ଲାକ୍ ଫଙ୍ଗସ୍” କୁ ମହାମାରୀ ବୋଲି ଘୋଷଣା କରିବାକୁ ସମସ୍ତ ରାଜ୍ୟକୁ କହିଲେ କେନ୍ଦ୍ର ସରକାର | ଦିନକୁ ଦିନ “ବ୍ଲାକ୍ ଫଙ୍ଗସ୍” ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିଠି ଲେଖି ରାଜ୍ୟମାନଙ୍କୁ “ବ୍ଲାକ୍ ଫଙ୍ଗସ୍”କୁ “ମହାମାରୀ ରୋଗ ଅଧିନିୟମ ଅଧୀନରେ ଏକ ଉଲ୍ଲେଖନୀୟ ରୋଗ” କରିବାକୁ କହିଛି। ବିଭିନ୍ନ ରାଜ୍ୟରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ “ବ୍ଲାକ୍ ଫଙ୍ଗସ୍” ଦେଖାଦେଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି |

“ବ୍ଲାକ୍ ଫଙ୍ଗସ୍”କୁ ମହାମାରୀ ବୋଲି ଘୋଷଣା କରାଯିବ ପରେ “ବ୍ଲାକ୍ ଫଙ୍ଗସ୍”ର ସମସ୍ତ ନିଶ୍ଚିତ କିମ୍ବା ସନ୍ଦିଗ୍ଧ ଆକ୍ରାନ୍ତଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଜଣାଇବାକୁ ପଡିବ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ରାଜ୍ୟମାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, “ସମସ୍ତ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମେଡିକାଲ କଲେଜଗୁଡ଼ିକୁ ମ୍ୟୁକୋରମାଇକୋସିସର ସ୍କ୍ରିନିଂ, ଚିକିତ୍ସା, ଏବଂ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡ଼ିବ।

Telangana Declares Black Fungus As Notifiable Disease Under Epidemic Act
NDTV.com

ସୂଚନା ମୁତାବକ, ମହାରାଷ୍ଟ୍ରରେ ୧,୫୦୦ଜଣ “ବ୍ଲାକ୍ ଫଙ୍ଗସ୍” ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୦ଜଣ ମୃତ୍ୟୁବରଣ କରିଛନ୍ତି | ସେହିଭଳି ରାଜସ୍ଥାନ ଏବଂ ତେଲେଙ୍ଗାନାରେ “ବ୍ଲାକ୍ ଫଙ୍ଗସ୍” ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ଦୁଇ ରାଜ୍ୟ “ବ୍ଲାକ୍ ଫଙ୍ଗସ୍”କୁ ମହାମାରୀ ଘୋଷଣା କରିସାରିଛନ୍ତି।

ସମ୍ବନ୍ଧିତ ଖବର