ନୂଆଦିଲ୍ଲୀ: ମୁସଲମାନମାନଙ୍କର ପବିତ୍ର ରମଜାନ ମାସ ଆସନ୍ତା ୨୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ତେବେ, ସଂପ୍ରତି ଦେଶରେ ନୋଭେଲ କରୋନା ଭାଇରସ୍ ବା କୋଭିଡ୍-୧୯ର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ରମଜାନ ପାଳନ କାଳରେ ମସଜିଦ୍ମାନଙ୍କରେ ସାମୁହିକ ପ୍ରାର୍ଥନା କିମ୍ବା ସାମୁହିକ ଇଫ୍ତାର ପାର୍ଟିର ଆୟୋଜନ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ବଦଳରେ ସମସ୍ତେ ନିଜ ନିଜ ଘରେ ପ୍ରାର୍ଥନା ବା ନମାଜ କରିବା ସହ ଇଫ୍ତାର କରିବେ।
ଏଥିସହ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ଏକ ମାର୍ଗନିର୍ଦ୍ଦେଶିକା ପଠାଯିବା ସହ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି। ଜାରି ମାର୍ଗନିର୍ଦ୍ଦେଶିକାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଯଦି ରମଜାନ ପାଳନ କାଳରେ ମସଜିଦ୍ମାନଙ୍କରେ ଯଦି ସାମୁହିକ ପ୍ରାର୍ଥନା କିମ୍ବା ସାମୁହିକ ଇଫ୍ତାର ପାର୍ଟିର ଆୟୋଜନ କରାଯିବ ତେବେ ସାମାଜିକ ଦୂରତା ରକ୍ଷା ଗଭୀର ଭାବେ ପ୍ରଭାବିତ ହେବ। ତେଣୁ, କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇଥିବା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ଜାରି ମାର୍ଗଦର୍ଶିକାରେ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ମସଜିଦ୍ ବଦଳରେ ସମସ୍ତେ ନିଜ ନିଜ ଘରେ ପ୍ରାର୍ଥନା ବା ନମାଜ କରିବା ସହ ଇଫ୍ତାର କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Ramdan.jpg)