ନୂଆଦିଲ୍ଲୀ: କିଛି ଦିନ ହେବ କମ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଭାରତରେ କରୋନାର ଦ୍ବିତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଆଶଙ୍କା କରୁଥିବା ବେଳେ ଅନେକ ସ୍ଥାନରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇସାରିଛି। ଏହାକୁ ଆଖି ଆଗରେ ରଖି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କରୋନା ପରୀକ୍ଷା ବଢ଼ାଇବା ପାଇଁ କହିଛନ୍ତି କେନ୍ଦ୍ର ସରକାର। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଏଭଳି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ୟୁରୋପୀୟ ଏବଂ ଆମେରିକୀୟ ଦେଶମାନଙ୍କରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଭାରତର କିଛି ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି। ଏହି ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଭାରତ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଉଛି। ତେବେ ବର୍ତ୍ତମାନ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କରୋନା ପରୀକ୍ଷା ବଢ଼ାଇବା ପାଇଁ କୁହାଯାଇଛି।
hindustantimesସୂଚନା ମୁତାବକ, ଆଜି ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଭାରତରେ ସମୁଦାୟ କୋଭିଡ୍-୧୯ ସଂକ୍ରମଣ ୯୦୫୦୫୯୮ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୩୨, ୭୨୬ରେ ପହଞ୍ଚିଥିଲା। ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬,୨୩୨ ନୂଆ ସଂକ୍ରମଣ ରେକର୍ଡ କରାଯାଇଥିଲା। ସେହିଭଳି ୨୪ ଘଣ୍ଟା ମଧ୍ୟରେ ୫୬୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ବର୍ତ୍ତମାନ ଭାରତରେ ପ୍ରତିଦିନ ଏକ ମିଲିୟନ କରୋନା ପରୀକ୍ଷା କରାଯାଉଥିବା ବେଳେ ଏବେ ତାହାକୁ ବଢ଼ାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-250.jpg)