ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ତାହାର ଦିନକ ପୂର୍ବରୁ ଅର୍ଥାତ ୧୮ ତାରିଖ ରବିବାର ଦିନ ସରକାର ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବୈଠକ ପାଇଁ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ସଂସଦର ଅଧିବେଶନକୁ କିପରି ସୁରୁଖୁରୁରେ ଚଳାଯିବ ସେଥିପାଇଁ ସରକାର ବିରୋଧୀ ଦଳମାନଙ୍କ ସହଯୋଗ ଲୋଡ଼ିବେ ।

Image Courtesy of Zee News

ତେବେ ଆସନ୍ତା ମୌସମୀ ଅଧିବେଶନ ବେଶ ସରଗରମ ହେବାର ସମ୍ଭାବନା ରହିଛି । କାରଣ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳମାନଙ୍କ ହାତରେ ଏବେ କରୋନା ମହାମାରୀ ପରି ଏକ ବଡ଼ ପ୍ରସଙ୍ଗ ରହିଛି । ୨ୟ ଲହରକୁ ରୋକିବାରେ ବିଫଳତା, ଅମ୍ଳଜାନ ସଂକଟ, ନଦୀରେ ମୃତଦେହ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିବାର ସମ୍ଭାବନା ରହିଛି । ସେହିପରି ପେଟ୍ରୋଲ ଡିଜେଲ ସମେତ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ ବି ସରକାରଙ୍କୁ ବିରୋଧୀ ଦଳ ଘେରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର