ନୂଆଦିଲ୍ଲୀ: ପଡୋଶୀ ରାଷ୍ଟ୍ର ବାଂଲାଦେଶରେ ହଂସାତ୍ମକ ପରିବେଶ ଓ ଶେଖ ହସିନା ସରକାରଙ୍କ ପତନ ସମ୍ପର୍କରେ ଆଲୋଚନା ପାଇଁ ସରକାର ମଙ୍ଗଳବାର ଏକ ସର୍ବଦଳୀୟ ଡାକିଛନ୍ତି।
ଗତକାଲି ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡି ପଳାଇ ଯିବା ପରେ ପଡ଼ୋଶୀ ଦେଶ ହିସାବରେ ତାହାକୁ ନେଇ ଚିନ୍ତା ପ୍ରକଟ କରିବା ସ୍ବାଭାବିକ। ବୈଦେଶିକ ଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅଧ୍ୟକ୍ଷତାରେ ଆଜି ଏହି ବୈଠକ ବସିବ। ଏଠାରେ ସାଂସଦମାନେ ବାଂଲାଦେଶର ପରିସ୍ଥିତି ସମ୍ପର୍କରେ ସୂଚନା ଦେବା ସହ ଆଲୋଚନା କରିବେ।
ଗତ ସନ୍ଧ୍ୟାରେ ଦିଲ୍ଲୀଠାରୁ ୩୦ କିଲୋମିଟର ଦୂରରେ ଥିବା ଉତ୍ତରପ୍ରଦେଶର ଗାଜିଆବାଦରେ ଥିବା ହିନ୍ଦନ ବାୟୁସେନା ବେସରେ ଶେଖ ହସିନା ଅବତରଣ କରିଥିଲେ। ତାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପାଛୋଟି ଅଣିଥିଲେ।
ହସିନା ଇସ୍ତଫା ଦେବାର କିଛି ସମୟ ପରେ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ କହିଛନ୍ତି ଯେ ସାମରିକ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିବ।
ଏବେ ସେନା ହାତରେ ରହିଛି ଦେଶର କମାଣ। ସେଠାରେ ସେନା ଅନ୍ତରୀଣ ସରକାର ଗଠନ କରି ଦେଶର ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ନୋବେଲ ବିଜେତା ମୁହମ୍ମଦ ୟୁନୁସ ଅନ୍ତରୀଣ ସରକାରର ମୁଖିଆ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ବାଂଲାଦେଶ ସେନା ମୁଖ୍ୟ ଓ ରାଷ୍ଟ୍ରପତି ଦେଶରେ ଅନ୍ତରୀଣ ସରକାର ଗଠନ ନେଇ ବିଚାରବିମର୍ଶ କରିବା ସହ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାସହ ଦେଶରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶଛାଡି ଭାରତ ଚାଲି ଆସିଛନ୍ତି। ପରିସ୍ଥିତି ଅଣାୟତ୍ତ ହେବା ପରେ ଲୁଚି ପଳାଇଛନ୍ତି ହସିନା। ତେବେ ହସିନା ଭାରତରେ କେତେ ଦିନ ରହିବେ ତାହା ସ୍ପଷ୍ଟ ହୋଇନାହିଁ।