ବିହାରରେ ଚୀନ୍‌ କମ୍ପାନି ଦ୍ବାରା ନିର୍ମାଣ ହେବାକୁ ଥିବା ୨୯୦୦ କୋଟି ଟଙ୍କାର ସେତୁ ପ୍ରକଳ୍ପ ବାତିଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ଭାରତ ଏବଂ ଚୀନ୍‌ ମଧ୍ୟରେ ବିବାଦ ବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ବିହାରରେ ପ୍ରବାହିତ ଗଙ୍ଗା ନଦୀ ଉପରେ ଦୁଇଟି ଚୀନ୍ କମ୍ପାନି ଦ୍ବାରା‌ ନିର୍ମାଣ ହେବାକୁ ଥିବା ଏକ ବୃହତ୍ ସେତୁ ପ୍ରକଳ୍ପର ଟେଣ୍ଡର୍‌ ବାତିଲ କରିଛନ୍ତି।

ବିହାର ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ପ୍ରକଳ୍ପ ଲାଗି ମନୋନୀତ ହୋଇଥିବା ଚାରିଟି ଠିକାଦାରଙ୍କ ମଧ୍ୟରୁ ଦୁଇ ଜଣ ଥିଲେ ଚୀନ୍‌ ଦେଶର। ସେହି କାରଣରୁ କେନ୍ଦ୍ର ସରକାର ଏହି ଟେଣ୍ଡର୍ ବାତିଲ କରିଛନ୍ତି। ଖୁବ୍ ଶୀଘ୍ର ଏହି ପ୍ରକଳ୍ପ ଲାଗି ନୂଆ ଟେଣ୍ଡର୍ ଆହ୍ବାନ କରାଯିବ।

Image Courtesy of Zee News

ସମୁଦାୟ ସେତୁ ପ୍ରକଳ୍ପ ଲାଗି ପ୍ରାୟ ୨୯୦୦ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି। ଏହି ପକଳ୍ପରେ ରହିଛି ୫. ୬ କିଲୋମିଟର୍ ଦୀର୍ଘ ଏକ ସେତୁ, ଅନ୍ୟାନ୍ୟ ଛୋଟ ଛୋଟ ସେତୁ, କେତେକ ଅଣ୍ଡର୍‌ପାସ୍ ଏବଂ ରେଲ୍ ଓଭର୍‌ବ୍ରିଜ୍।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଏହି ପ୍ରକଳ୍ପକୁ ୨୦୧୯ ଡିସେମ୍ବର ୧୬ ତାରିଖ ଦିନ ମଞ୍ଜୁର କରିଥିଲା।

ଏହି ନୂତନ ସେତୁଟି ଗଙ୍ଗାନଦୀ ଉପରେ ଥିବା ମହାତ୍ମା ଗାନ୍ଧୀ ସେତୁର ସମାନ୍ତରଳ ହୋଇ ନିର୍ମାଣ ହେବ। ଏହି ସେତୁ ଯୋଗୁଁ ପାଟନା, ସରଣ ଏବଂ ବୈଶାଳୀ ଜିଲ୍ଲାବାସୀ ଉପକୃତ ହେବେ। ଜାନୁଆରି ୨୦୨୩ ଏହି ପ୍ରକଳ୍ପ ଶେଷ ହେବ ବୋଲି ଆଶା କରାଯାଉଥିଲା।

ସମ୍ବନ୍ଧିତ ଖବର