ପାକିସ୍ତାନ ସୀମାନ୍ତ ଗୁଜୁରାଟରେ ବାୟୁସେନାର ନୂତନ ସାମରିକ ଘାଟି ପ୍ରତିଷ୍ଠା ପାଇଁ ମଞ୍ଜୁରି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ସୀମାନ୍ତ ଗୁଜୁରାଟର ବନସ୍‌କଣ୍ଠ ଜିଲ୍ଲା ଅନ୍ତର୍ଗତ ଦିସା ନିକଟରେ ଭାରତୀୟ ବାୟୁସେନାର ଏକ ନୂତନ ସାମରିକ ବାମାନଘାଟି ନିର୍ମାଣ ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସୁରକ୍ଷା ବ୍ୟାପାର ସଂପର୍କିତ କ୍ୟାବିନେଟ୍‌ କମିଟି ଅନୁମୋଦନ ଦେଇଛି।

ପାକିସ୍ତାନ ସୀମାକୁ ଲାଗି ରହିଥିବା ଏହି ଅଞ୍ଚଳରେ ଏକ ଆଗୁଆ ସାମରିକ ବିମାନଘାଟି ନିର୍ମାଣ ବାୟୁସେନାର ଦୀର୍ଘଦିନର ଯୋଜନା ଥିଲା। ଦେଶର ଉତ୍ତରପଶ୍ଚିମ ସୀମାନ୍ତ ଗୁଜୁରାଟର ଦିସା ଠାରେ ବାୟୁସେନାର ଏହି ନୂତନ ସାମରିକ ଘାଟି ପ୍ରତିଷ୍ଠା ପରେ ଭାରତୀୟ ବାୟୁସେନା ଆହୁରି ଶକ୍ତିଶାଳୀ ହେବା ସହ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିିବ। ବାୟୁସେନାର ଏହି ନୂତନ ଘାଟି ପ୍ରତିଷ୍ଠା ଦ୍ୱାରା ଉତ୍ତରରେ ବାର୍‌ମେର୍‌ ଏବଂ ପଶ୍ଚିମରେ ଭୁଜ୍‌ ଓ ନାଲିଆ ସାମରିକ ଘାଟି ମଧ୍ୟରେ ରହିଥିବା ଦୀର୍ଘ ବ୍ୟବଧାନକୁ ଅନେକ ମାତ୍ରାରେ ପୂରଣ କରାଯାଇପାରିବ।

ବାୟୁସେନାର ଏହି ନୂତନ ପ୍ରସ୍ତାବିତ ସାମରିକ ଘାଟିରେ ପ୍ରାଥମିକ ପର୍ଯ୍ୟାୟରେ ଲଢ଼ୁଆ ବିମାନଗୁଡ଼ିକ ପାଇଁ ୧୦୦୦ କୋଟି ବ୍ୟୟ ଅଟକଳରେ ରନ୍‌େଓ୍ଵ ନିର୍ମାଣ କରାଯିବ। ଏହି ଘାଟି ୪୦୦୦ ଏକର ପରିମିତ ଜମି ଉପରେ ପ୍ରତିଷ୍ଠିତ ହେବ। ଦେଶର ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ଦାୟିତ୍ୱ ଗ୍ରହଣ କରିବା ପରେ ଗୁଜୁରାଟର ଦିସା ଠାରେ ବାୟୁସେନାର ଏହି ନୂନନ ସାମରିକ ଘାଟି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ, ଦିସାର ଏହି ନୂତନ ଘାଟିରେ ବାୟୁସେନାର କେଉଁ ଲଢ଼ୁଆ ବିମାନକୁ ମୁତୟନ କରାଯିବ ସେ ସଂପର୍କରେ କୌଣସି ପ୍ରକାର ସୂଚନା ଦେବାକୁ ମନା କରିଦେଇଛି ପ୍ରତିରକ୍ଷା ବିଭାଗ।

ସମ୍ବନ୍ଧିତ ଖବର