କରୋନାଭାଇରସ୍ ସଂକ୍ରମଣ ବଢୁଥିବା ଓଡ଼ିଶା ସମେତ ୧୫ଟି ରାଜ୍ୟକୁ ସାହାଯ୍ୟ କରିବାକୁ ଉଚ୍ଚସ୍ତରୀୟ ଟିମ୍ ମୁତୟନ କଲେ କେନ୍ଦ୍ର ସରକାର

‌ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଥିବା ଓଡ଼ିଶା ସମତେ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟକ ହେବାକୁ ମଙ୍ଗଳବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଉଚ୍ଚସ୍ତରୀୟ ମଲ୍‌ଟି ଡିସିପ୍ଲିନେରି କେନ୍ଦ୍ରୀୟ ଟିମ୍ ମୁତୟନ କରିଛି। ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫୦ରୁ ଅଧିକ ଜିଲ୍ଲା କିଂବା ‌ପୌରାଞ୍ଚଳରେ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଏହି ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ସେ ଅଞ୍ଚଳଗୁଡ଼ିକରେ କଣ୍ଟେନ୍‌ମେଣ୍ଟ୍‌ରେ ସହାୟକ ହେବା ପାଇଁ ବୈଷୟିକ ସାହାଯ୍ୟ ଓ ସଂକ୍ରମଣ ବିସ୍ତାର ପରିଚାଳନା ପାଇଁ ବ୍ୟବସ୍ତା କରାଇବେ।

ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି ମହାରାଷ୍ଟ୍ରର ୭ଟି, ତେଲେଙ୍ଗାନାର ୪ଟି, ତାମିଲନାଡୁର ୭ଟି, ରାଜସ୍ଥାନର ୫ଟି, ଆସାମର ୬ଟି, ହରିୟାଣାର ୪ଟି, ଗୁଜରାଟର ୩ଟି, କର୍ଣ୍ଣାଟକର ୪ଟି, ଉତ୍ତରାଖଣ୍ଡର ୩ଟି, ମଧ୍ୟପ୍ରଦେଶର ୫ଟି, ପଶ୍ଚିମବଙ୍ଗର ୩ଟି, ଦିଲ୍ଲୀର ୩ଟି, ବିହାରର ୪ଟି, ଉତ୍ତରପ୍ରଦେଶର ୪ଟି ଏବଂ ଓଡ଼ିଶାର ଜିଲ୍ଲା/ପୌରାଞ୍ଚଳ।

Image Courtesy of Hindustan

ଏହି କେନ୍ଦ୍ରୀୟ ଟିମ୍‌ଗୁଡ଼ିକରେ ପ୍ରତ୍ୟେକରେ ୩ ଜଣ କରି ସଦସ୍ୟ ଅଛନ୍ତି। ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଜନସ୍ବାସ୍ଥ୍ୟ ବିଶେଷଜ୍ଞ, ମହାମାରୀ ବିଶେଷଜ୍ଞ, ରୋଗୀମାନଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ଡାକ୍ତର ଏବଂ ପ୍ରଶାସନିକ ପରିଚାଳନା ଏବଂ ଶାସନ ବ୍ୟବସ୍ଥାର ଉନ୍ନତି ପାଇଁ ଜଣେ ଯୁଗ୍ମ ସଚିବସ୍ତରୀୟ ନୋଡାଲ୍ ଅଧିକାରୀ। ଏକ ବିବୃତିରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି, ଏହି ଟିମ୍ ସବୁ ସମ୍ପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ଏବଂ କଣ୍ଟେନ୍‌ମେଣ୍ଟ୍ ପଦକ୍ଷେପ ଏବଂ ଜିଲ୍ଲା ଓ ସହରମାନଙ୍କରେ ସଂକ୍ରମଣ ମାମଲାର ଫଳପ୍ରଦ ଚିକିତ୍ସା ଏବଂ ଡାକ୍ତରୀ ପରିଚାଳନାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସହାୟତା କରିବାକୁ ଏହି ଟିମ୍ ସବୁ ଡାକ୍ତରଖାନା ପରିଦର୍ଶନ କରୁଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି କି, ରାଜ୍ୟ କର୍ତ୍ତୃପକ୍ଷମାନେ ସମ୍ମୁଖୀନ ହେବାକୁ ଥିବା ପରୀକ୍ଷଣ ଅସୁବିଧା, ନିୟୁତ ଜନସଂଖ୍ୟା ହାରରେ ପରୀକ୍ଷଣ ମାତ୍ରା କମ୍ ରହୁଥିବା, ପଜିଟିଭ୍ ସଂଖ୍ୟା ବୃଦ୍ଧି, ଆସନ୍ତା ଦୁଇ ମାସ ମଧ୍ୟରେ ଦେଖା ଦେବାକୁ ଥିବା ନିଅଣ୍ଟିଆ ସାମର୍ଥ୍ୟର ଆଶଙ୍କା, ଭବିଷ୍ୟତକୁ ଶଯ୍ୟାର ଅଭାବ, ମୃତ୍ୟୁ ହାର ବୃଦ୍ଧି, ସଂକ୍ରମଣ ସଂଖ୍ୟା ଦ୍ବିଗୁଣିତ ହେବା, ସକ୍ରିୟ ସଂକ୍ରମଣ ସଂଖ୍ୟା ହଠାତ୍ ବୃଦ୍ଧି ପାଇବା ଆଦି କ୍ଷେତ୍ରରେ ଏହି ଟିମ୍ ସହାୟକ ହେବ।

ସମ୍ବନ୍ଧିତ ଖବର