କୋଭିଡ କଟକଣାକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି କୋଭିଡ୍ କଟକଣାଗୁଡ଼ିକୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଦେଶରେ ସାମଗ୍ରିକ ଭାବେ ସଂକ୍ରମଣ କମୁଥିଲେ ମଧ୍ୟ କେତେକ ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତ ଉପରେ ଥିବାରୁ ଅଧିକ ସତର୍କ ରହିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ କହିଛନ୍ତି ।

ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି ଯେ ଦେଶରେ ସଂକ୍ରମଣ କମୁଥିଲେ ବି ତାହାକୁ ନେଇ ଆମେ ବେପରୁଆ ହେବା ଉଚିତ ନୁହେଁ ।  ରାଜ୍ୟଗୁଡ଼ିକରେ କଡ଼ାକଡ଼ିଭାବେ କୋଭିଡ ନିୟମାବଳୀ ପାଳନ ପାଇଁ ସେ ପରାମର୍ଶ ଦେଇଛନ୍ତି । ବିଶେଷକରି ଆଗକୁ ପାର୍ବଣ ଋତୁ ଥିବାରୁ ଜନଗହଳି ହେଉଥିବା ସ୍ଥାନରେ କଟକଣା କଡ଼ାକଡ଼ି କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ସଂକ୍ରମଣ କମିବା ସହ ରାଜ୍ୟମାନେ ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟାକୁ ସତର୍କତାର ସହ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଦେଶର୨୭ଟି ଜିଲ୍ଲାରେ ଗତ ସପ୍ତାହରୁ ସଂକ୍ରମଣ ପୁଣି ବଢିବା ଆରମ୍ଭ କରିଛି, ଯାହାକି ଏକ ଚିନ୍ତାର କାରଣ ବୋଲି ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ।

ସମ୍ବନ୍ଧିତ ଖବର