ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ କେତେକ ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି । ପୁଣି ଆଗକୁ ଦୀପାବଳି ଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ଲାଗୁ କରୋନା କଟକଣାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସିନେମା ହଲ,ଏଣ୍ଟରଟେନମେଣ୍ଟ ପାର୍କ, ସ୍ବିମିଂ ପୁଲ ଖୋଲିବା ପାଇଁ ଗତ ମାସରେ ଜାରି ହୋଇଥିବା ଗାଇଡଲାଇନ ନଭେମ୍ବର ପାଇଁ ମଧ୍ୟ ଲାଗୁ ରହିବ । ଅକ୍ଟୋବର ମାସ ପାଇଁ ଗତ ସେପ୍ଟେମ୍ବର ୩୦ରେ ଜାରି ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ କଟକଣା କଡ଼ାକଡ଼ି ଲାଗୁ ହେବ ବୋଲି କୁହାଯାଇଥିଲା । ଏହା ସହିତ ପାର୍ବଣ ଋତୁ ଥିବାରୁ କଣ୍ଟେନମେଣ୍ଟ ଜୋନ ବାହାରେ ବି ସତର୍କତା ଅବଲମ୍ବନ ପାଇଁ କୁହାଯାଇଥିଲା । ଏସବୁ ପରାମର୍ଶ ନଭେମ୍ବର ପାଇଁ ଲାଗୁ ହେବ । କାରଣ ନଭେମ୍ବର ପ୍ରଥମ ସପ୍ତାହରେ ଦେଶର ସବୁଠାରୁ ବଡ଼ ପର୍ବ ମଧ୍ୟରେ ଅନ୍ୟତମ ଦୀପାବଳି ଅନୁଷ୍ଠିତ ହେବ । ଏହା ଦ୍ବାରା ପୁଣି ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଦଶହରା ପରେ ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି ପାଇଛି । ଏଣୁ କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Central-Govt.jpg)