ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୬ ମାସ ପାଇଁ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର । ଏହି ଯୋଜନା ମାଧ୍ୟମରେ ଗରିବ ଲୋକମାନଙ୍କୁ ମୁଣ୍ଡପିଛା ଅତିରିକ୍ତ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣାରେ ଦିଆଯାଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସଂପର୍କରେ ଟୁଇଟ କରି ଘୋଷଣା କରିଛନ୍ତି । ଏହି ସ୍କିମ ଦ୍ବାରା ଦେଶର ପ୍ରାୟ ୮୦ କୋଟି ଲୋକ ଉପକୃତ ହେବେ ।
भारतवर्ष का सामर्थ्य देश के एक-एक नागरिक की शक्ति में समाहित है। इस शक्ति को और मजबूती देने के लिए सरकार ने प्रधानमंत्री गरीब कल्याण अन्न योजना को छह महीने और बढ़ाकर सितंबर 2022 तक जारी रखने का निर्णय लिया है। देश के 80 करोड़ से अधिक लोग पहले की तरह इसका लाभ उठा सकेंगे। pic.twitter.com/gasprUJIhK
— Narendra Modi (@narendramodi) March 26, 2022
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଏହା ହେବ ୬ଷ୍ଠ ପର୍ଯ୍ୟାୟ । ୫ମ ପର୍ଯ୍ୟାୟ ଚଳିତ ମାର୍ଚ୍ଚ ମାସ ୩୧ ତାରିଖରେ ସମାପ୍ତ ହେଉଥିଲା । ୬ଷ୍ଠ ପର୍ଯ୍ୟାୟ ପାଇଁ ୮୦ ହଜାର କୋଟିର ବ୍ୟୟବରାଦ କରାଯାଇଛି ।
ଏହା ପୂର୍ବରୁ ଉତ୍ତରପ୍ରଦେଶ ସରକାର ମାଗଣା ରେସନ ସ୍କିମକୁ ଆଉ ତିନି ମାସ ପାଇଁ ବଢାଇ ଦେଇଥିଲେ । ଆଜି ଅନୁଷ୍ଠିତ ଉତ୍ତର ପ୍ରଦେଶ ସରକାରଙ୍କ ନୂଆ କ୍ୟାବିନେଟ୍ର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ଶୁକ୍ରବାର ଦିନ ଦ୍ବିତୀୟ ପାଳିରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ଯୋଗୀ ଆଦିତ୍ୟନାଥଙ୍କର ପ୍ରଥମ ନିଷ୍ପତ୍ତି । ଏହି ଯୋଜନାରେ ୨୦୨୨ ଜୁନ୍ ୩୦ ତାରିଖ ପର୍ୟ୍ୟନ୍ତ ଲୋକେ ମାଗଣା ରେସନ୍ ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/paddy-3.jpg)