ନୂଆଦିଲ୍ଲୀ: ସିନେମା ପ୍ରଦର୍ଶନ ପୂର୍ବରୁ ବିଭିନ୍ନ ସିନେମା ଘରରେ ଜାତୀୟ ସଙ୍ଗୀତ ବଜାଇବାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ସମିତି ଜାତୀୟ ସଙ୍ଗୀତ ଗାନ ନେଇ ଗାଇଡଲାଇନ୍ ପ୍ରସ୍ତୁତ କରୁଥିବା ପରିପ୍ରେକ୍ଷୀରେ କୋର୍ଟ ପୂର୍ବରୁ ସିନେମାଘରରେ ଜାତୀୟ ସଙ୍ଗୀତ ବଜାଇବା ପାଇଁ ଦେଇଥିବା ଅନ୍ତରୀଣ ନିର୍ଦ୍ଦେଶାନାମା ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ଆବେଦନ କରିଛନ୍ତି।
ସୂଚନାଯୋଗ୍ୟ ଯେ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ କେବଳ ଥିଏଟର ନୁହେଁ, ବିଭିନ୍ନଶିକ୍ଷାନୁଷ୍ଠାନରେ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରିବା ପାଇଁ ଆଦେଶ ଦେଇଥିଲେ। ଗତ ୨୦୧୬ ମସିହା ନଭେମ୍ବର ୩୦ ତାରିଖ ଦିନ ସର୍ବୋଚ୍ଚ ନ୍ୟାୟାଳୟ ଥିଏଟରଗୁଡ଼ିକରେ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରିଥିଲେ। ତେବେ ସର୍ବୋଚ୍ଚ ନ୍ୟାୟାଳୟରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଛନ୍ତିି ଯେ ସର୍ବସାଧାରଣ ସ୍ଥାନରେ ଜାତୀୟ ସଙ୍ଗୀତ ଗାନ ଓ ବଜାଇବା ନେଇ ଗାଇଡଲାଇନ ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାର ଇଣ୍ଟର ମିନିଷ୍ଟରିଆଲ କମିଟି ଗଠନ କରିଛନ୍ତି। ଏହି କମିଟି ଜାତୀୟ ସଙ୍ଗୀତ ଗାନ ଓ ବାଜାଇବା ନେଇ ସମସ୍ତ ଦିଗରୁ ତର୍ଜମା କରିବ। କମିଟିର ସୁପାରିଶ ଅନୁଯାୟୀ, କେନ୍ଦ୍ର ସରକାର ଏ ସମ୍ପର୍କରେ ବିଜ୍ଞପ୍ତି କିମ୍ବା ଆଇନ ପ୍ରଣୟନ କରିବେ।ତେଣୁ ସର୍ବୋଚ୍ଚ ନ୍ୟାୟଳୟ ସେତେ ଦିନ ପର୍ଯ୍ୟନ୍ତ ତାଙ୍କ ନିର୍ଦ୍ଦେଶାନାମେେରେ କୋହଳ କରିବାକୁ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳକୁ ଅନୁରୋଧ କରିଛନ୍ତି।
କେନ୍ଦ୍ର ସରକାର ଜାତୀୟ ସଙ୍ଗୀନ ଗାନ ଓ ବଜାଇବା ପାଇଁ ଗାଇଡଲାଇନ ପ୍ରସ୍ତୁତି ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟକୁ ସତ୍ୟପାଠ ଜରିଆରେ ଜଣାଇଛନ୍ତି ଯେ ଗୃହବିଭାଗର ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ମନ୍ତ୍ରଣାଳୟ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା ୬ ମାସ ମଧ୍ୟରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ସହିତ ଆଲୋଚନା କରି ତାର ରିପୋର୍ଟ ପ୍ରଦାନ କରିବ। ଏହି ରିପୋର୍ଟ ଉପରେ ଜାତୀୟ ସଙ୍ଗୀତ ବଜାଇବା ଓ ଗାନ କରିବା ନେଇ ପରିସ୍ଥିତି, ଓ କେଉଁ ଅବସରରେ ଏହା ଗାନ କରାଯିବ କିମ୍ବା ବାଜିବ ତାହା ସ୍ଥିର କରିବା ସହିତ ଏଥିପାଇଁ ଆବଶ୍ୟକ ଶିଷ୍ଟାଚାର ଉପରେ ସରକାର ନିୟମ ପ୍ରଣୟନ କରିବେ ବୋଲି ଜଣାଇଛନ୍ତି।।
ସିନେମା ଘରରେ ଜାତୀୟ ସଙ୍ଗୀତ ବଜାଇବା ବାଧ୍ୟତାମୂଳକ ନ ହେଉ- କେନ୍ଦ୍ର ସରକାର
/sambad/media/post_attachments/wp-content/uploads/2018/01/National-Anthem_Cinema-Theatre.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)