ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା(ଡିଏ)କୁ ୧୭ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ସୂତ୍ରରୁ ଏହା ଜଣାପଡିଛି ଯେ, ଗତ ବର୍ଷ ଏହାକୁ ବନ୍ଦ କରାଯିବା ପରେ କେନ୍ଦ୍ର କ୍ୟାବିନେଟ୍ ଚଳିତ ବର୍ଷ ଡିଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ, ଯେଉଁମାନେ ମାସ ମାସ ଧରି ଏହି ଘୋଷଣାକୁ ଅପେକ୍ଷା କରିଥିଲେ ସେମାନଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ ଖୁସି ଖବର |

Advertisment

7th Pay Commission: DA to jump by 28%, increased salary in account by July 1? DNA India

ଯଦିଓ ଏହି ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ କରିଛି, ତଥାପି କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ସେପ୍ଟେମ୍ବରରୁ ଏହି ଡିଏର ଲାଭ ପାଇବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କ୍ୟାବିନେଟ୍ ଅନୁମୋଦନ ପୂର୍ବରୁ ତିନିଟି ଡିଏ କିସ୍ତି ବାକି ରହିଥିଲା ବୋଲି ଜଣାପଡ଼ିଛି | ଗତ ବର୍ଷରୁ ଗୋଟିଏ ଏବଂ ଚଳିତ ବର୍ଷ ଦୁଇଟି କିସ୍ତି ବାକିଥିବା ଜଣାଯାଇଛି | ଆଜି ତିନିଟି ବିଚାରାଧୀନ କିସ୍ତିର ଅଂଶ ଭାବରେ ୧୧ ପ୍ରତିଶତ ଡିଏ ବୃଦ୍ଧିକୁ ଅନୁମୋଦନ କରାଯାଇଛି |

ସପ୍ତମ ବେତନ କମିସନ ଅଧୀନରେ ମହଙ୍ଗା ଭତ୍ତା ଜୁଲାଇରେ ପୁନଃ ସ୍ଥାପିତ ହେବ ବୋଲି ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଆଜି ଏହାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି |