ଦେଶର ୧୫ଟି ରେଳ ରୁଟ୍‌ରେ ରେଳ ଚଳାଚଳର ଘରୋଇକରଣ ପାଇଁ କେନ୍ଦ୍ର ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ଦେଶର ୧୫ଟି ରେଳ ରୁଟ୍‌ରେ ରେଳ ଚଳାଚଳର ଘରୋଇକରଣ କରିବାକୁ କେନ୍ଦ୍ର ସରକାରଙ୍କର ରେଳ ମନ୍ତ୍ରାଳୟ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି। ଏଥିପାଇଁ ଆସନ୍ତା ୧୫ ଦିନ ମଧ୍ୟରେ ଟେଣ୍ଡର ଡକା କାର୍ଯ୍ୟ ଆରମ୍ଭ ହେବ ବୋଲି ଜାଣିବାକୁ ମିଳିଛି। ଘରୋଇ କରଣ ପାଇଁ ଯେଉଁ ୧୫ଟି ରୁଟ୍‌କୁ ଚିହ୍ନଟ କରାଯାଇଛି ସେଥିମଧ୍ୟରେ ୧୦ଟି ଲଙ୍ଗ୍‌ ରୁଟ୍‌ ରହିଥିବା ବେଳେ ୫ଟି ସର୍ଟ ରୁଟ୍‌ ରହିଛି।

ଘରୋଇ କରଣ ପାଇଁ ଯେଉଁ ୧୦ଟି ଲଙ୍ଗ୍‌ ରୁଟ୍‌କୁ ଚିହ୍ନଟ କରାଯାଇଛି ସେଗୁଡ଼ିକ ହେଲା; ମୁମ୍ବାଇ- କୋଲକାତା, ମୁମ୍ବାଇ- ଚେନ୍ନାଇ, ମୁମ୍ବାଇ- ଗୁଆହାଟି, ନୂଆଦିଲ୍ଲୀ- ମୁମ୍ବାଇ, ଥିରୁବନ୍ତପୁରମ୍‌- ଗ୍‌ୁଆହାଟି, ନୂଆଦିଲ୍ଲୀ- କୋଲକାତା, ନୂଆଦିଲ୍ଲୀ- ବେଙ୍ଗାଲୁରୁ, ନୂଆଦିଲ୍ଲୀ- ଚେନ୍ନାଇ, ଚେନ୍ନାଇ- କୋଲକାତା ଏବଂ ଚେନ୍ନାଇ- ଯୋଧପୁର।

ସେହିପରି ଘରୋଇ କରଣ ପାଇଁ ଯେଉଁ ଅଣ ମେଟ୍ରୋ ୫ଟି ସର୍ଟ ରୁଟ୍‌କୁ ଚିହ୍ନଟ କରାଯାଇଛି ସେଗୁଡ଼ିକ ହେଲା; ଲକ୍ଷ୍ନୌ- ଗୋରଖପୁର, କୋଟା- ଜୟପୁର, ଚଣ୍ଡିଗଡ଼- ଲକ୍ଷ୍ନୌ, ନାଗପୁର- ପୁଣେ ଏବଂ ବିଶାଖାପାଟନମ୍‌- ତିରୁପତି।

ସମ୍ବନ୍ଧିତ ଖବର