ନୂଆଦଲ୍ଲୀ: କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ଭାରତର ୧୬ତମ ଜନସଂଖ୍ୟା ଗଣନା ୨୦୨୭ରେ  କରାଯିବ। ଏଥିପାଇଁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଲଦାଖ, ଜମ୍ମୁ ଏବଂ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ବରଫ ଆଚ୍ଛାଦିତ ଦୂର୍ଗମ ଅଞ୍ଚଳରେ ଜନଗଣନା ୧ ଅକ୍ଟୋବର, ୨୦୨୬ରୁ ଆରମ୍ଭ ହେବ। ଦେଶର ଅନ୍ୟ ସ୍ଥାନରେ, ଏହି ପ୍ରକ୍ରିୟା ୧ ମାର୍ଚ୍ଚ, ୨୦୨୭ରୁ ଆରମ୍ଭ ହେବ।

Advertisment

ପୂର୍ବରୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଜନଗଣନା ପାଇଁ ପ୍ରସ୍ତୁତି ସମୀକ୍ଷା କରିଥିଲେ। ସେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଏକ ବୈଠକ କରିଥିଲେ। ସରକାରୀ ବିବୃତ୍ତି ଅନୁଯାୟୀ, ଏହି ଜନଗଣନା ସମ୍ପୂର୍ଣ୍ଣ ଡିଜିଟାଲ୍ ହେବ। ଏଥିପାଇଁ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯିବ ଏବଂ ଏଥିରେ ଜନଗଣନା ସହିତ ଜଡିତ ସମସ୍ତ ସୂଚନା ସଂଗ୍ରହ କରାଯିବ। ଆପ୍ ୧୬ ଟି ଭାଷାରେ ଉପଲବ୍ଧ ହେବ।

ଏହି ଜନଗଣନା ୨ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ଗୃହ ଗଣନା କାର୍ଯ୍ୟ କରାଯିବ ଓ ଦ୍ବିତୀୟ ପର୍ଯ୍ୟାୟରେ ଜନଗଣନା, ସାମାଜିକ-ଅର୍ଥନୈତିକ ଓ ସାଂସ୍କୃତିକ ବିବରଣୀ ସଂଗ୍ରହ କରାଯିବ ।