ପ୍ରବାସୀ ଶ୍ରମିକଙ୍କ ପାଇଁ ଅନ୍‌ଲାଇନ୍ ପୋର୍ଟାଲ ଶୁଭାରମ୍ଭ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଆଜି ଏକ ଅନ୍‌ଲାଇନ୍ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି । କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ଏବେ ପ୍ରବାସୀମାନଙ୍କର ଘର ବାହୁଡା ହେଉଛି । ପ୍ରବାସୀମାନେ ବସ୍ ଓ ଟ୍ରେନରେ ଯାଉଛନ୍ତି । ଅନେକ ପ୍ରବାସୀ ନିଜସ୍ୱ ଉପାୟରେ ଘରକୁ ଫେରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ପୋର୍ଟାଲ ମାଧ୍ୟମରେ ପ୍ରବାସୀମାନଙ୍କର ସମସ୍ତ ଗତିବିଧି ଉପରେ ତଥ୍ୟ ରହିବ ।

ଅନଲାଇନ ପୋର୍ଟାଲର ଶୁଭାରମ୍ଭ ନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ ସୂଚନା ଦେଇଛନ୍ତି, ପ୍ରବାସୀମାନଙ୍କୁ ସେମାନଙ୍କର ଘରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ବସ ସେବା ଓ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ କରିଛନ୍ତି । ସେ କହିଛନ୍ତି ପ୍ରବାସୀମାନଙ୍କ ଉପରେ ସମସ୍ତ ତଥ୍ୟ ଏକତ୍ର ରଖିବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏକ ଅନଲାଇନ ପୋର୍ଟାଲ ‘ନ୍ୟାସନ୍ୟାଲ ମାଇଗ୍ରାଣ୍ଟ ଇନଫରମେସନ ସିଷ୍ଟମ’କୁ ବିକଶିତ କରିଛି ।

କେନ୍ଦ୍ର ଗୃହ ସଚିବ ଭାଲ୍ଲା କହିଛନ୍ତି, ଏହି ସିଷ୍ଟମ ମାଧ୍ୟମରେ ରାଜ୍ୟମାନଙ୍କର ସହିତ ଶୀଘ୍ର ଯୋଗାଯୋଗ କରିହେବ । ଏତଦବ୍ୟତୀତ ଏହି ପୋର୍ଟାଲରେ କଣ୍ଟ୍ରାକ୍ଟ ଟ୍ରାକିଂ ଭଳି ଅତିରିକ୍ତ ସୁବିଧା ରହିଛି, ଯାହାକି କୋଭିଡ କାମରେ ଉପଯୋଗୀ ହୋଇପାରିବ ।

ସମ୍ବନ୍ଧିତ ଖବର