ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ଉପରୁ ରପ୍ତାନି କଟକଣା ଉଠାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାଭାଇରସ୍ ଚିକିତ୍ସାରେ ବ୍ୟବହୃତ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ଉପରୁ କେନ୍ଦ୍ର ସରକାର

ରପ୍ତାନି କଟକଣା ଉଠାବାକୁ ନିଷ୍ପତ୍ତି ନେଇଥିବା କଥା ବୁଧବାର ଦିନ କେନ୍ଦ୍ର ରସାୟନିକ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ଘୋଷଣା କରିଛନ୍ତି।

ଏ ସଂକ୍ରାନ୍ତରେ ଟୁଇଟ୍ କରି ମନ୍ତ୍ରୀ କହିଛନ୍ତି, ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଏପିଆଇ ତଥା ଏହାର ପ୍ରସ୍ତୁତି ସାମଗ୍ରୀ ରପ୍ତାନି ଉପରେ ଘୋଷିତ ନିଷେଧାଜ୍ଞାକୁ ଉଠାଇବା ନିଷ୍ପତ୍ତିକୁ ଡିପାର୍ଟମେଣ୍ଟ୍‌ ଅଫ୍ ଫାର୍ମସ୍ୟୁଟିକାଲ୍ସ୍ ଅନୁମୋଦନ କରିଛି। ‘ଏସ୍ଇଜେଡ୍’/‘ଇଓୟୁ’ ୟୁନିଟ୍‌ମାନଙ୍କୁ ଛାଡ଼ି ବାକି କମ୍ପାନିମାନେ ସେମାନଙ୍କ ଉତ୍ପାଦର ୨୦% ଘରୋଇ ବଜାରକୁ ଯୋଗାଇବେ। ଏ ସଂକ୍ରାନ୍ତରେ ଔପଚାରିକ ବିଜ୍ଞପ୍ତି ଜାରି କରିବାକୁ ‘ଡାଇରେକ୍ଟୋରେଡ୍ ଅଫ୍ ଫରେନ୍ ଟ୍ରେଡ୍’କୁ ନିର୍ଦେଶ ଦିଆଯାଇଛି।

ଗୌଡ଼ାଙ୍କ ଘୋଷଣା ପରେ ପରେ ‘ଡାଇରେକ୍ଟୋରେଡ୍ ଅଫ୍ ଫରେନ୍ ଟ୍ରେଡ୍’ ଏ ବାବଦରେ ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ ଡାଇଗ୍ନୋଷ୍ଟିକ୍ କିଟ୍, ଲାବୋରେଟରି ରିଜେଣ୍ଟ୍ ଏବଂ ଡାଇଗ୍ନୋଷ୍ଟିକ୍ ଆପେରେଟସ୍ ରପ୍ତାନି ନୀତି ସଂଶୋଧନ କରାଯାଇଛି।

Image Courtesy of The Times of India

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ଖାଇବା ଦ୍ବାରା କରୋନାଭାଇରସ୍ ସଂକ୍ରମଣ ପ୍ରତିରୋଧ କରି ହେଉନାହିଁ କି, କୋଭିଡ୍-୧୯ ଆକ୍ରାନ୍ତଙ୍କର ଆରୋଗ୍ୟ ସମୟସୀମା ତ୍ବରାନ୍ବିତ ହେଉନାହିଁ ବୋଲି ଅନେକ ଅଧ୍ୟୟନ ଦାବି କରୁଛନ୍ତି।

କିଛି ସପ୍ତାହ ତଳେ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ କରୋନାଭାଇରସ୍ ଆକ୍ରାନ୍ତଙ୍କ କ୍ଷେତ୍ରରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ର ପରୀକ୍ଷାମୂଳକ ପ୍ରୟୋଗ ବନ୍ଦ କରିବାକୁ କହିଥିଲା। କିନ୍ତୁ, କରୋନାଭାଇରସ୍ କ୍ଷେତ୍ରରେ ପ୍ରୟୋଗ ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ପଠାଇବାକୁ ବିଶ୍ବର ଅନେକ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ।

 

ସମ୍ବନ୍ଧିତ ଖବର