ନୂଆଦିଲ୍ଲୀ: ତିନିଟି କୃଷି ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଦିନ ବିଲ୍ ଅନୁମୋଦନ ଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ସରକାରଙ୍କ ସୂତ୍ରରୁ ପ୍ରକାଶ। ତିନିଟି କୃଷି ଆଇନର ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିବା ପରେ ସଂସଦର ଆଗାମୀ ଅଧିବେଶନରେ ଏହି ବିଲ୍ ଗୁଡ଼ିକ ଉପସ୍ଥାପିତ ହେବ ବୋଲି ଏହି ସୂତ୍ରରୁ ପ୍ରକାଶ। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି।
ଉଲ୍ଲେଖଯୋଗ୍ୟ, ଗୁରୁପୁରବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଶୁକ୍ରବାର ଦିନ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରଥିଲେ।
ଅନ୍ୟପକ୍ଷରେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକାରୀ କୃଷକମାନେ ଗତ ବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ ଥିବା ତିନିଟି ସ୍ଥାନରେ ଧାରଣାରେ ବସିଛନ୍ତି। ଲାଗୁ କରାଯାଇଥିବା ନୂତନ ତିନିଟି କୃଷି ଆଇନକୁ ସଂସଦରେ ରଦ୍ଦ ନକରିବା ପର୍ଯ୍ୟନ୍ତ ସେମାନେ ସେମାନଙ୍କର ଧାରଣା ଜାରି ରଖିବେ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି। ତେଣୁ, ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ସରକାର ବର୍ତ୍ତମାନ ସଂସଦରେ ତିନିଟି କୃଷି ଆଇନ ପ୍ରତ୍ୟାହାର ପାଇଁ ସଂସଦରେ ବିଲ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।
କୃଷି ଆଇନ ପ୍ରତ୍ୟାହାର ପାଇଁ ବୁଧବାର ଦିନ କେନ୍ଦ୍ର ବିଲ୍ ଅନୁମୋଦନ କରିପାରେ: ରିପୋର୍ଟ
/sambad/media/post_attachments/wp-content/uploads/2021/11/Krushi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)