ଶ୍ରୀନଗରକୁ ୧୦୦ କମ୍ପାନି ପାରାମିଲିଟାରି ଫୋର୍ସ ପଠାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଶୁକ୍ରବାର ରାତ୍ରୀରେ ଜେକେଏଲ୍‌ଏଫ୍‌ ମୁଖ୍ୟ ୟାସିନ୍‌ ମଲିକଙ୍କୁ ଅଟକ କରିବା ଓ ଉପତ୍ୟକାରେ ଡଜନାଧିକ ଜମାତ୍‌-ଏ-ଇସ୍‌ଲାମ୍‌ର କର୍ମୀମାନଙ୍କୁ ପୁଲିସ ଗରିଫ କରିବା ପରେ ଶ୍ରୀନଗରରେ ନିରାପତ୍ତା ବଢ଼ାଇବା ଲାଗି କେନ୍ଦ୍ର ସରକାର ବିମାନ ଯୋଗେ ଅଧିକ ୧୦୦ କମ୍ପାନି ପରାମିଲିଟାରି ଫୋର୍ସ ପଠାଇଛନ୍ତି।

ସୁପ୍ରିମ୍‌ କୋର୍ଟରେ ଚାଲିଥିବା ଧାରା ୩୫-ଏ ମାମଲର ଶୁଣାଣି ମୁଲତବି ରଖିବାକୁ ଫେବ୍ରୁଆରି ୧୧ ତାରିଖ ଦିନ ଜମ୍ମୁ ଓ କଶ୍ମୀର ସରକାର ଆବେଦନ କରିଥିଲେ।

ଫେବ୍ରୁଆରି ୧୪ ତାରିଖ ପୁଲ୍‌ଓ୍ଵାମା ଆକ୍ରମଣ ପରେ ସମଗ୍ର ଜମ୍ମୁ ଓ କଶ୍ମୀରରେ ନିରାପତ୍ତା ବ୍ୟବସ୍ଥା ବ୍ୟାପକ କରାଯାଇଛି।
ଜମ୍ମୁ ଓ କଶ୍ମୀରକୁ ମଧ୍ୟ ଅତିରିକ୍ତ ସୈନ୍ୟ ଯାଇଛନ୍ତି। କିନ୍ତୁ ଏଭଳି ବ୍ୟାପକ ସୈନ୍ୟ ମୁତୟନର କାରଣ ସଂକ୍ରାନ୍ତରେ କେହି କିଛି କହି ପାରି ନାହାନ୍ତି।

ପୁଲ୍‌ଓ୍ଵାମା ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହେବାର ଆଠ ଦିନ ପରେ ଏ ଭଳି କାର୍ଯ୍ୟାନୁଷ୍ଠାନ ଚାଲିଛି।
ରାତି ଅଧିଆ ଚଢ଼ାଉ କରାଯାଇ ଅନନ୍ତନାଗ, ପାହାଲଗାମ୍‌, ଦିଆଲ୍‌ଗାମ୍‌, ତ୍ରାଲ୍‌ ଆଦି ସ୍ଥାନରୁ ଜମାତ୍‌ କ୍ୟାଡର୍‌ମାନଙ୍କୁ ଧରି ନିଆଯାଉଛି।

ସମ୍ବନ୍ଧିତ ଖବର