ବାଣ ଉପରେ ସଂପୂର୍ଣ୍ଣ ନିଷେଧାଜ୍ଞା ଲଗାଇବାକୁ ସରକାରଙ୍କ ବିରୋଧ

ନୂଆଦିଲ୍ଲୀ : ସାରା ଦେଶରେ ବାଣ ବିକ୍ରି ଉପରେ ସଂପୂର୍ଣ୍ଣ ନିଷେଧାଜ୍ଞା ଲଗାଇବା ପ୍ରସ୍ତାବକୁ ସରକାର ସୁପ୍ରିମକୋର୍ଟରେ ବିରୋଧ କରିଛନ୍ତି । ସଂପୂର୍ଣ୍ଣ ନିଷେଧାଜ୍ଞା ବଦଳରେ କେତେକ ପ୍ରଦୂଷଣ ସୃଷ୍ଟିକାରୀ ବାଣ ତିଆରି ବନ୍ଦ ପାଇଁ ଉତ୍ପାଦନକାରୀମାନଙ୍କୁ କୁହାଯାଇପାରେ । ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କେତେକ ନିର୍ଦ୍ଦିଷ୍ଟ ଧରଣର ବାଣ ଯେପରିକି ଲଙ୍କାବାଣ ଆଦି ଉପରେ ନିଷେଧାଜ୍ଞା ଲଗାଯାଇପାରେ । ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ ବାଣ ଫୁଟାଇବା ପାଇଁ ସ୍ୱତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଇପାରେ ବୋଲି ସରକାର ପ୍ରସ୍ତାବ ଦେଇଛନ୍ତି । ଦିପାବଳୀ ସମୟରେ ଅତ୍ୟଧିକ ବାଣ ଫୁଟାଯିବା ଯୋଗୁଁ ପ୍ରଦୂଷଣ ହେଉଥିବା ଦର୍ଶାଇ ଆଗତ କେତେକ ଜନସ୍ୱାର୍ଥ ମାମଲାର ବିଚାର ବେଳେ ସରକାର ଏହି ଜବାବ ରଖିଛନ୍ତି । ଗତ ବର୍ଷ ସୁପ୍ରିମ କୋର୍ଟ ଦିଲ୍ଲୀ ଏନସିଆରରେ ଉଭୟ ହୋଲସେଲ୍ ଏବଂ ଖୁଚୁରା ବେପାରୀଙ୍କ ବାଣବିକ୍ରି ନେଇ ଲାଇସେନ୍ସ ରଦ୍ଦ କରିଥିଲେ ଏବଂ ବାଣ ବିକ୍ରି ବନ୍ଦ କରିଥିଲେ।

ସମ୍ବନ୍ଧିତ ଖବର