ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ମାର୍ଚ୍ଚ ୮ ତାରିଖ ସୁଦ୍ଧା ମଣିପୁରର ସବୁ ରାସ୍ତାରେ ମୁକ୍ତ ଗମନାଗନ ସୁନିଶ୍ଚିତ କରିବାକୁ ହେବ। ଶାହ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି, ଯେଉଁମାନେ ରାସ୍ତାରେ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରୁଛନ୍ତି ଏବଂ ଭୟର ପ୍ରସାର କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଉଲ୍ଲେଖଯୋଗ୍ୟ, ଶାହ ଆଜି ମଣିପୁରର ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଏହି ବୈଠକ ହୋଇଥିଲା ଏବଂ ଉତ୍ତରପୂର୍ବ ରାଜ୍ୟରେ ସ୍ବାଭାବିକ ସ୍ଥିତି ଫେରାଇବା ଉପରେ ଏହି ‌ବୈଠକରେ ଫୋକସ୍‌ କରାଯାଇଥିଲା।  ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହେବାପରେ ଏହା ପ୍ରଥମ ସମୀକ୍ଷା ବୈଠକ।  ମଣିପୁରକୁ ନିଶାମୁକ୍ତ କରିବାପାଇଁ ଏହି ନିଶା କାରବାରରେ ସମ୍ପୃକ୍ତ ସମଗ୍ର ନେଟୱର୍କ‌୍‌କୁ ଧ୍ବଂସ କରିଦେବା ଉଚିତ ବୋଲି ଶାହ କହିଛନ୍ତି।